ଜାତୀୟ ରାଜପଥ-୧୬ରେ ଲେନ୍‌ ଡ୍ରାଇଭ୍‌ ପ୍ରସ୍ତାବ: ସମୟ ବଞ୍ଚିବ, ଓଭରଟେକିଂ କମିବା ଦ୍ବାରା ଦୁର୍ଘଟଣା କମିବ

ଭୁବନେଶ୍ବର: ଟ୍ରାଫିକ ସୁଗମ କରିବାକୁ କଟକ-ଭୁବନେଶ୍ବର ଜାତୀୟ ରାଜପଥ ୧୬ରେ ଲେନ୍‌ ଡ୍ରାଇଭ୍ ପାଇଁ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଡିସିପି ସାଗରିକା ନାଥ ପ୍ରସ୍ତାବ ଦେଇଛନ୍ତି। ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଦେଇଥିବା ପ୍ରସ୍ତାବରେ ଡିସିପି ସାଗରିକା ନାଥ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ରାଜପଥ-୧୬ରେ ଲେନ୍‌ ଡ୍ରାଇଭ୍ ଦ୍ବାରା ୩ଟି ଲାଭ ହେବ। ସମୟ ବଞ୍ଚିବ, ଓଭରଟେକିଂ କମିବା ଦ୍ବାରା ଦୁର୍ଘଟଣା କମିବ। ପ୍ରଥମେ ଜାତୀୟ ରାଜପଥ-୧୬ କଟକ-ଭୂବନେଶ୍ବର ମଧ୍ୟରେ ଆରମ୍ଭ କରାଯିବା ଦରକାର। ଏଥିରେ ଥରେ ସଫଳ ହେଲେ କ୍ରମେ ଅନ୍ୟ ରାସ୍ତାରେ ପ୍ରୟୋଗ କରାଯାଇପାରିବ ବୋଲି ଡିସିପି ସାଗରିକା ନାଥ ପ୍ରକାଶ କରିଛନ୍ତି।

Comments are closed.