ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କବାଣୀ – ଆସନ୍ତା ବର୍ଷ ଜାନୁଆରୀ ଯାଏଁ ସତର୍କତା ଜରୁରୀ

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ କରୋନା ବିରୋଧରେ ଲଢେଇ ନିମନ୍ତେ ଦେଶ ପାଇଁ ଆସନ୍ତା ତିନିମାସ ଗୁରୁତ୍ୱପୂର୍ଣ୍ଣ ଅଟେ। ସେ କହିଛନ୍ତି, ଯଦି ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଏବଂ ଆଗାମୀ ପର୍ବ ଓ ଶୀତ ଋତୁରେ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରିବା, ତେବେ ଆମେ କରୋନା ମହାମାରୀର ମୁକାବିଲା କରିପାରିବା। ସେ କହିଛନ୍ତି ଯେ ପରୀକ୍ଷା, ଅନୁସନ୍ଧାନ ଏବଂ ଚିକିତ୍ସା ପଦ୍ଧତି ଜାରି ରହିବା ଉଚିତ ଏବଂ ଉତ୍ସବ ସମୟ ଆରମ୍ଭ ହୋଇ ଯାଇଥିବାରୁ ସମସ୍ତେ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମାସ୍କ ପିନ୍ଧିବା, ହାତ ଧୋଇବା ଭଲ ସରଳ ସତର୍କତାମୂଳକ ପଦକ୍ଷେପ ଉପରେ ଧ୍ୟାନ ଦିଆଗଲେ ଏହି ମହାମାରୀର ପ୍ରଭାବକୁ ରୋକି ହେବ।

ସମ୍ପ୍ରତି ଉତ୍ତରପ୍ରଦେଶର ୨୦ଟି ଜିଲ୍ଲାରେ କରୋନା ଜନିତ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ଥିତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସ୍ଥିତିରେ ଆସନ୍ତା ୩ ମାସ ସମସ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ।

Comments are closed.