ଆସନ୍ତାକାଲି ଆରମ୍ଭ ହେବ ଅପରେସନ୍ ‘ସମୁଦ୍ର ସେତୁ’ର ପରବର୍ତ୍ତୀ ପର୍ଯ୍ୟାୟ

ସମାଜ ପୋର୍ଟାଲ ଡେସ୍କ: ବିଦେଶରୁ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ ‘ସମୁଦ୍ର ସେତୁ’ର ପରବର୍ତ୍ତୀ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଆଇ.ଏନ୍‍.ଏସ୍‍. ଜଳସ୍ୱ ଶ୍ରୀଲଙ୍କାର କଲମ୍ବୋରୁ ୭୦୦ ଭାରତୀୟଙ୍କୁ ଧରି ତାମିଲ୍‍ନାଡ଼ୁର ଟୁଟିକୋରିନ୍‍ ଆସିବ। ପରେ ମାଳଦ୍ୱୀପ୍‍ର ମାଲେରୁ ମଧ୍ୟ ୭୦୦ ଜଣ ଭାରତୀୟ ଟୁଟିକୋରିନ୍‍କୁ ଆସିବେ। ଭାରତୀୟ ନୌବାହିନୀ ଇତିମଧ୍ୟରେ ସମୁଦ୍ର ସେତୁ ଅଭିଯାନ ଜରିଆରେ ମାଲେରୁ ୧ ହଜାର ୪୮୮ ଜଣ ଭାରତୀୟଙ୍କୁ କୋଚିରେ ପହଂଚାଇସାରିଛି। ଏହି ପର୍ଯ୍ୟାୟ ସମୁଦ୍ର ସେତୁ ଅଭିଯାନ ପାଇଁ ଶ୍ରୀଲଙ୍କା ଓ ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ଅଧିକାରୀମାନେ ଫେରିବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କର ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ। ଫେରିବା ପରେ ଭାରତୀୟ ନାଗରିକମାନଙ୍କୁ ନିଜ ନିଜର ରାଜ୍ୟ କର୍ତୃପକ୍ଷଙ୍କ ଜିମା ଦିଆଯିବ।

ଏହି ଅଭିଯାନ ବୈଦେଶିକ ବ୍ୟାପାର, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ସରକାରୀ ବିଭାଗର ମିଳିତ ସମନ୍ୱୟରେ ପରିଚାଳିତ ହେଉଛି।

Comments are closed.