କେମିତି ସଫଳ ହେଲା ନ୍ୟୁଜିଲାଣ୍ଡ?

୨୯ ଫେବ୍ରୁଆରୀରେ ନ୍ୟୁଜିଲାଣ୍ଡରେ ଦେଶର ମୋଟ ୨୦ ଜିଲାରେ ୧୪୭୪ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା ଓ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । 

୧୯ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ସରକାର ଦେଶର ସୀମାକୁ ପୁରା ବନ୍ଦ କରିଦେଲେ । ଉଭୟ ଜଳ-ଆକାଶ ପଥ ବନ୍ଦ କରି ଦିଆଗଲା ।

୨୧ ମାର୍ଚ୍ଚରେ ଦେଶରେ ୨ ନମ୍ବର ଆଲର୍ଟ ପରବର୍ତୀ ୨ ଦିନରେ ୩ରେ ପହଞ୍ଚିଥିଲା ଓ ୨୫ ମାର୍ଚ ସୁଦ୍ଧା ୪ର୍ଥସ୍ତରରେ ପହଞ୍ଚି ଯାଇଥିଲା । 

୨୫ ମାର୍ଚ୍ଚରେ ସାରା ଦେଶକୁ ପୁରାପୁରି ଲକ୍ଡ଼ାଉନ ଘୋଷଣା କରି ଦିଆଗଲା ଓ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଇ ଦିଆଗଲା । 

ଲକଡ଼ାଉନ କାଳରେ କେବଳ ଜରୁରୀ ସେବା କର୍ମଚାରୀ ଭିନ୍ନ ଅନ୍ୟମାନଙ୍କୁ ବାହାରିବାକୁ ବାରଣ କରା ଯାଇଥିଲା

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ନ୍ୟୁଜିଲାଣ୍ଡର ନାଗରିକମାନେ ସରକାରୀ ନିର୍ଦେଶକୁ ଅତ୍ୟନ୍ତ ନିଷ୍ଠାର ସହପାଳନ କଲେ । 

୨୭ ମାର୍ଚ୍ଚରେ ଦେଶର ଆଲର୍ଟସ୍ତର ପୂର୍ବସ୍ଥାନକୁ ଖସି ଆସିଲା ଓ ୪ର୍ଥସ୍ତରରେ ପହଞ୍ଚିଥିବା ଆଲର୍ଟ ୨ୟ ସ୍ଥାନକୁ ଖସି ଆସିଲା  

୧୦ ଏପ୍ରିଲରେ ଦେଶକୁ ଫେରୁଥିବା ନ୍ୟୁଜିଲାଣ୍ଡ ନାଗରିକଙ୍କୁ ଦୁଇ ସପ୍ତାହ କ୍ବାରେଣ୍ଟାଇନ କରାଯିବାକୁ ଘୋଷଣା କରାଗଲା 

୨୭ ଏପ୍ରିଲରେ ଦେଶର କିଛି ଅଞ୍ଚଳଖୋଲିବାକୁ ଅନୁମତି ପ୍ରଦାନ କରାଗଲା ଓ ଲୋକଙ୍କ ଜୀବନଯାତ୍ରା ଅନେକାଂଶରେ ସ୍ବାଭାବିକ ହେବାରେ ଲାଗିଲା। 

୨୯ ଏପ୍ରିଲ ସୁଦ୍ଧା ଦେଶର ପୁରୁଣା ରୋଗୀଙ୍କ ଭିନ୍ନ ଗୋଟିଏ ନୂଆ ସଂକ୍ରମିତ ହୋଇ ନ ଥିବା ଜଣା ପଡ଼ିଲା ।