ଦିଲ୍ଲୀରୁ ଦୁଇ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସରାୟ କାଲେ ଖାଁଠାରୁ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୋମବାର ରାତିରେ ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ପୁଲିସ‌ର ସ୍ବତନ୍ତ୍ର ସେଲ୍‌ ଏହି ଦୁଇ ଜଣଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।  ଗିରଫ ୨ ଅଭିଯୁକ୍ତ ହେଲେ ଜମ୍ମୁ-କଶ୍ମୀରର ସାନୁଲ୍ଲା ମିରଙ୍କ ପୁଅ ଅବଦୁଲ ଲତିଫ ମିର୍‌ ଓ ବସିର ଅହମ୍ମଦଙ୍କ ପୁଅ ମହମ୍ମଦ ଅସରଫ ଖତାନା।

ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ରାତି  ସମୟରେ ସରାୟ କାଲେ ଖାଁରେ ଥିବା ମିଲେନିୟମ୍‌ ନିକଟରେ ଜମ୍ମୁ-କଶ୍ମୀରର ଏହି ଦୁଇ ଜଣଙ୍କୁ ୨ ସେମି ସ୍ବୟଂଚାଳିତ ପିସ୍ତଲ ଓ ୧୦ ଲାଇଭ କାର୍ଟ୍ରିଜ ସହିତ ଗିରଫ କରାଯାଇଛି।

 

Comments are closed.