ମୁମ୍ବଇ ନିକଟ ଭିୱାଣ୍ଡିରେ କୋଠା ଭୁଷୁଡ଼ିବା ଘଟଣା : ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି , ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ନିକଟ ଭିୱାଣ୍ଡିରେ କୋଠା ଭୁଷୁଡ଼ିବା ଘଟଣା : ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି। ଏହାସହ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ସ୍ଥାନୀୟଲୋକେ ଓ ଏନଡ଼ିଆରଏଫ ଟିମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଠା ଭିତରେ ଆହୁରି ୨୦ ରୁ ଅଧିକ ଲୋକେ ଫସି ରହିଛନ୍ତି ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଏହି କୋଠାଟି ୧୯୮୪ରେ ନିର୍ମାଣ ହୋଇଥିଲାବେଳେ ଏଠାରେ ୨୧ ପରିବାର ବସବାସ କରୁଥିଲେ।ଏଠାରେ କ୍ଷମତାଠାରୁ ଅଧିକ ଲୋକ ରହୁଥିବାରୁ ପୂର୍ବରୁ ଏହି କୋଠାକୁ ପୌରପାଳିକା ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା।ମହାରାଷ୍ଟ୍ରର ମୁମ୍ବଇ ନିକଟ ଭିୱାଣ୍ଡିରେ ରାତି ପ୍ରାୟ ୩ଟା ୩୦ ସମୟରେ ଏକ ତିନି ମହଲା କୋଠା ଭୁଶୁଡି ପଡ଼ିଥିଲା।

Comments are closed.