ପଥର ତଳେ ଚାପି ହୋଇ ଜେସିବି ଚାଳକ ସମେତ ୩ ମୃତ

ଉତ୍ତରାଖଣ୍ଡ : ଟିହରୀ ଅଂଚଳରେ କାମ କରି ଫେରୁଥିବା ସମୟରେ ୩ ଜଣ ଶ୍ରମିକଙ୍କ ପଥର ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଟିହରୀ ଅଂଚଳରେ କାମ କରୁଥିବା ସମୟରେ ଜେସିବି ଚାଳକ ସମେତ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। କାମ କରି ଫେରୁଥିବା ସମୟରେ ହଠାତ ପାହାଡ଼ରୁ ପଥର ଖସି ଶ୍ରମିକ ଓ ଜେସିବି ଚାଳକ ଏହା ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଏନଡ଼ିଆରଏଫ ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.