ଶୌଚାଳୟରେ ବାଘ, କୁକୁର ଏକାଠି ; ଆଉ ତା’ପରେ…….

କର୍ଣ୍ଣାଟକ : କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାରେ ଏକ  ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଗ୍ରାମରେ କୁକୁର ଓ ଚିତାବାଘ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଶୌଚାଳୟ ଭିତରେ ବନ୍ଦ ହୋଇ ରହିଥିଲେ। ସାତ ଘଣ୍ଟା ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରହିବା ପରେ କୁକୁର ଓ ଚିତାବାଘକୁ ବାହାରକୁ ଅଣାଯାଇଥିଲା।
ଏହି ଘଟଣା ଦକ୍ଷିଣ କନ୍ନଡର ଏକ ଗାଁର କିଛିଦିନ ପୂର୍ବର। ସକାଳ ସମୟରେ ଏକ ଚିତାବାଘ କୁକୁରଟିକୁ ଗୋଡାଇ ସହ ଉଭୟ ଗୋଟିଏ ଶୌଚାଳୟ ମଧ୍ୟକୁ ପଳାଇଥିଲେ। ଏମାନଙ୍କର ଶବ୍ଦ ଶୁଣି ଆଖପାଖର ସମସ୍ତ ଲୋକେ ଏକାଠି ହୋଇଥିଲେ। କୁକୁର ଓ ଚିତାବାଘକୁ ଦେଖି ଲୋକେ ଭୟ, ଆଶ୍ଚର୍ଯ୍ୟ ହେବା ସହ ଶୌଚାଳୟକୁ ବାହାରକୁ ବନ୍ଦ କରି ପୁଲିସ ଓ ବନ୍ୟ ଅଧିକାରୀଙ୍କୁ ଖବର ଦେଇଥିଲେ।
ବନ ବିଭାଗର ଜଣେ ଅଧିକାରୀଙ୍କ ମତାନୁଯାୟୀ, ଉଭୟଙ୍କୁ ଏକାଠି ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାପରେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ପିଞ୍ଜରା , ଜାଲ ଆଦିକୁ ବ୍ୟବହାର କରିଥିଲେ। ପଶୁ ଚିକିତ୍ସକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ବହୁ ସମୟ ପରେ ଦେଖାଗଲା ଚିତାବାଘଟି ଡେଇଁ ଶୌଚାଳାୟ ବାହାରକୁ ବାହାରି ଆସିବା ସହ କୁକୁରଟି ମଧ୍ୟ ଆସିଥିଲା। ମାତ୍ର ବାଘ କୁକୁରର କୌଣସି କ୍ଷତି କରିନଥିଲା। ଏହି ସମସ୍ତ ଘଟଣାର ଏକ ଫଟୋ ଶୌଚାଳୟର ଝରକା ମଧ୍ୟ ଦେଇ ଉଠାଯାଇଥିଲା।। ଯାହା ଖୁବ ଭାଇରାଲ ହେଉଛି।

 

Comments are closed.