ରାଷ୍ଟ୍ରୀୟ ଧ୍ୱଜା ତ୍ରିରଙ୍ଗା ; ଜାଣନ୍ତୁ ଏହାସହ ଜଡ଼ିତ କିଛି ବିଶେଷ ମହତ୍ତ୍ୱ

ସଭିଁଙ୍କୁ ଜଣା ୨୬ ଜାନୁଆରୀ ଗଣତନ୍ତ୍ର ଦିବସ । ସାରା ଦେଶ ପାଇଁ ଗୌରବର ଦିନ। ପ୍ରଥମେ ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ସେବେ ଠାରୁ ସାରା ଦେଶରେ ଜାନୁଆରୀ ୨୬ରେ ଏହି ମହାନ ଦିନ ପାଳନ ହୋଇ ଆସୁଛି। ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ଏହି ଦିନ ଆମର ରାଷ୍ଟ୍ରୀୟ ଧ୍ୱଜା ତ୍ରିରଙ୍ଗାକୁ ସମ୍ମାନେ ଉତ୍ତୋଳନ କରାଯାଏ। ତ୍ରିରଙ୍ଗା ଭାରତ ଦେଶର ରାଷ୍ଟ୍ରୀୟ ଗୌରବର ପ୍ରତୀକ। ଏହି ଧ୍ୱଜା ପାଇଁ କେତେକ ନିୟମାବଳୀ ଲାଗୁ ହୋଇଛି ଜାଣନ୍ତୁ….
୧ – ତ୍ରିରଙ୍ଗା ଉତ୍ତୋଳନ କରିବା ସମୟରେ ଏହାକୁ ସମ୍ପୂର୍ଣ୍ଣ ସମ୍ମାନ ଦିଆଯିବା ଉଚିତ। ଏହାକୁ ଏପରି ସ୍ଥାନରେ ଲଗାଇବା ଉଚିତ, ଯେଉଁଠାରୁ ଏହା ସ୍ପଷ୍ଟ ଭାବେ ଦେଖାଯିବ।
୨- ତ୍ରିରଙ୍ଗାକୁ ଉତ୍ତୋଳନ ଓ କାଢିବା ସମୟରେ ନିୟମାବଳୀ ଅନୁଯାୟୀ ସେନାରତୂରୀ ବଜାଯାଏ।
୩- ଫାଟି ଯାଇଥିବା କିମ୍ବା ଛିଣ୍ଡିଯାଇଥିବା ତ୍ରିରଙ୍ଗାକୁ ଉତ୍ତୋଳନ କରାଯାଏ ନାହିଁ।
୪- କେବଳ, ରାଷ୍ଟ୍ରୀୟ ଶୋକ ସମୟରେ ହିଁ ତ୍ରିରଙ୍ଗାକୁ ଅଧା ନଇଁବା ପାଇଁ ନିୟମ ଲାଗୁ କରାଯାଇଛି।
୫- ଅନ୍ୟ କୌଣସି ପତାକା ତ୍ରିରଙ୍ଗା ଠାରୁ ଉଚ୍ଚରେ ରଖାଯାଏ ନାହିଁ। କିମ୍ବା ଏହାର ସମାନ ଭାବେ ମଧ୍ୟ ଲଗାଯାଏ ନାହିଁ।
୬ – ତ୍ରିରଙ୍ଗା ଉପରେ କିଛି ମଧ୍ୟ ଲେଖିବା ବା ଛପା ଯିବ ନାହିଁ ବୋଲି ମଧ୍ୟ ନିୟମ ରହିଛି।
ଜାଣନ୍ତୁ ଧ୍ୱଜାର ନାମ ତ୍ରିରଙ୍ଗା କେଉଁ କାରଣରୁ ହେଲା ;
ଆମ ଧ୍ୱଜାରେ ୩ଟି ରଙ୍ଗ ରହିଛି। ଏହି ରଙ୍ଗର ମହତ୍ୱ
ଧ୍ୱଜାର ସବୁଠାରୁ ଉପରେ କେଶରୀ ରଙ୍ଗ ରହିଛି, ଏହି ରଙ୍ଗକୁ ତ୍ୟାଗ, ବଳିଦାନ, ଶକ୍ତି, ସାହସର ପ୍ରତୀକ। ଏହି ରଙ୍ଗ ରାଷ୍ଟ୍ର ପ୍ରତି ସାହସ ଓ ନିସ୍ୱାର୍ଥ ଭାବନାକୁ ଦର୍ଶାଇଥାଏ।
ଧ୍ୱଜାର ମଧ୍ୟ ଭାଗରେ ଧଳା ରଙ୍ଗ ରହିଛି। ଏହା ସୁଖ, ଶାନ୍ତି, ଶୁଦ୍ଧତା ସତ୍ୟ,ସଚ୍ଚୋଟତାର ସନ୍ଦେଶ ଦେଇଥାଏ।
ଭାରତୀୟ ଦର୍ଶନ ଶାସ୍ତ୍ର ଅନୁଯାୟୀ, ଧଳା ରଙ୍ଗ ଜ୍ଞାନର ପ୍ରତୀକ। ଏହା ସର୍ବଦା ସତ୍ୟ ଓ ସଚ୍ଚୋଟତା ରାସ୍ତାରେ ଯିବା ପାଇଁ ପ୍ରେରିତ କରିଥାଏ।
ଭାରତ ରାଷ୍ଟ୍ରର ସମ୍ମାନର ପ୍ରତୀକ ତ୍ରିରଙ୍ଗା ଧ୍ୱଜାର ସବୁଠାରୁ ଶେଷରେ ସବୁଜ ରଙ୍ଗ ରହିଥାଏ। ଏହି ରଙ୍ଗ ବିଶ୍ୱାସ, ହସଖୁସି, ସମୃଦ୍ଧି, ପ୍ରଗତି, ବୁଦ୍ଧି ଓ ଭାଇଚାରାର ପ୍ରତୀକ। ଚକ୍ଷୁକୁ ଶାନ୍ତି ପ୍ରଦାନ କରିଥାଏ। ଯେପରି ପ୍ରକୃତି ଜୀବନର ସୂଚନା ଦେଇଥାଏ।
ଧ୍ୱଜାର ମଧ୍ୟରେ ରହିଛି ଅଶୋକ ଚକ୍ର।ଏହାସହ ଧ୍ୱଜ ଉତୋଳନ ସମୟରେ କିଛି ନିୟମ ମଧ୍ୟ ରହିଛି, ଯାହାକୁ ପାଳନ କରାଯାଏ।

 

 

Comments
Loading...