୧୭ ଜିଲାକୁ ଘଡଘଡି ସହ ବର୍ଷା , ବଜ୍ରପାତ ସମ୍ଭାବନା; ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ରାଜ୍ୟରେ ବହୁ ସ୍ଥାନରେ ବର୍ଷା ଲାଗି ରହିଛି। ଆଜି ପୂର୍ବାହ୍ନ ୧୧ଟା ଯାଏଁ ୧୭ ଜିଲାକୁ ଘଡଘଡି ସହ ବର୍ଷା , ବଜ୍ରପାତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲା ଗୁଡ଼ିକ ହେଲା କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ ସମେତ କଟକ ଜିଲା ,  ଖୋର୍ଦ୍ଧା ଜିଲା, ରାୟଗଡ଼ା ଯାଜପୁର, ସୁବର୍ଣ୍ଣପୁର, ମୟୁରଭଞ୍ଜ, ଭଦ୍ରକ, ଅନୁଗୁଳ,ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରିକୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ଭୋର ସମୟରୁ କଟକ ଓ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା ଲାଗି ରହିଛି।

Comments
Loading...