ରଥରେ ଲାଗିଲା ଦୁଆରବେଢ଼ା

ପୁରୀ: ତିନିରଥରେ ଶୁକ୍ରବାର ୪ଟି ଲେଖାଏଁ ଦୁଆରବେଢ଼ା ଲଗାଯାଇଛି। ଏହାଛଡା ୨୪ ନାଟଗୋଡ ସଂଯୋଗ କରାଯାଇଛି। କନ୍ୟାପଟାରେ ଚିତ୍ର ଅଙ୍କନ କରାଯିବା ସହ କୋଣଗୁଜ ନିକଟ ଦଣ୍ଡା ମୁହାଣ୍ଟ ଓ ନିରାଡିରେ ଲଗାଯାଇଛି। ତିନିରଥରେ ଶିଖର ଡମ୍ବରୁ ସଂଯୋଗ କରାଯାଇଛି। ରଥ ଚାରିପଟେ ପାର୍ଶ୍ବ ଦେବଦେବୀଙ୍କୁ ଲଗାଯିବା ଆରମ୍ଭ ହୋଇଛି। ହଂସପଟା ଏବଂ ସଖୀମାନଙ୍କୁ ରଙ୍ଗ କରାଯାଉଛି। ରଥ ସିଂହାସନ ସମେତ ବେଦୀ ଉପରେ ପଟା ପକାଇବା ଶେଷ ହୋଇଛି। ପ୍ରଥମ ଭୂଇଁ ମଧ୍ୟଭାଗରେ କନକମୁଣ୍ଡି ଲଗାଯିବା ସହ ଚାରିପଟେ ରୁଅ ଗମ୍ବୁଜ ଲଗାଯାଇଛି। କନକମୁଣ୍ଡି ଉପରେ ପିତଳ ଚଦର ଆବରଣ ଦିଆଯାଉଛି।

ରୂପକାର ସେବକମାନେ ତିନିରଥ ପ୍ରଭାରେ ବିଭିନ୍ନ ରୂପ ଖୋଦେଇ କରୁଛନ୍ତି। ଚିତ୍ରକାରଙ୍କ ଦ୍ବାରା ନାଟଗୋଡରେ ରଙ୍ଗ କରାଯାଇଛି। କୋଣଗୁଜ, ଦଣ୍ଡା, ମୁହାଣ୍ଟ, ନିରାଡି ଏବଂ ଚକ ଗୁଡିକୁ ରଙ୍ଗ କରାଯାଇଛି। ଦରଜି ସେବକଙ୍କ ଦ୍ବାରା ରଥକନା ସିଲାଇ କରାଯାଉଛି। ଅସ୍ଥାୟୀ କମାରଶାଳରେ କଣ୍ଟାକବ୍‌ଜା ପ୍ରସ୍ତୁତ କରାଯାଉଛି। ୭୭ ମହାରଣା, ୭୭ ଭୋଇ, ୧୯ ରୂପକାର, ୧୭ କମାର, ୪ କରତି, ୨ ପହି ମହାରଣା ଏବଂ ଜଣେ ତୁମ୍ବ ବିନ୍ଧ କାରିଗର ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Comments are closed.