କୂଅରେ ପଡି ଶିଶୁ କନ୍ୟା ମୃତ

ପାଟଣା :ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ବାଘଘର ଗ୍ରାମର ଦୋଳଗୋବିନ୍ଦ ବେହେରାଙ୍କ ଝିଅ ଚୁମକି ବେହେରା (୫)ର ଗାଅଁ ଦାଣ୍ଡ କୂଅରେ ପଡି ମୃତ୍ୟୁ ଘଟିଥିବା ଆଜି ଜଣାପଡ଼ିଛି । ଗତକାଲି ଗାଅଁ ଦାଣ୍ଡରେ ଖେଳୁଥିବା ସମୟରେ ଚୁମକି ନିଖୋଜ ହୋଇ ଯାଇଥିବା ଘର ଲୋକ ଅଭିଯୋଗ କରିଥିଲେ । ହେଲେ ଆଜି ସକାଳୁ ଚୁମକି କୂଅରେ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାପଡିବାରୁ ପୋଲିସ କୁ ଖବର ଦିଆଯାଇ ଥିଲା । ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣାସ୍ଥଳକୁ ଯାଇ ଚୁମକିର ଶବ ଉଦ୍ଧାର କରିବା ସହ ପାଟଣାରେ ଶବ ବ୍ୟବଚ୍ଛେଦ କରାଇଛନ୍ତି ।

Comments are closed.