ଲକ୍ଷାଧିକ ଟଙ୍କାର ଶାଳ ଗଣ୍ଡି ଜବତ କଲା ବନବିଭାଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା କ୍ଷେତ୍ର ମାଛଗଡ଼ ଖଣ୍ଡ ଅନ୍ତର୍ଗତ ହରିଡାଗୋଠ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ବନ ବିଭାଗ ଅତର୍କିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଶାଳଗଣ୍ଡି ଜବତ କରିଛି। ଜଙ୍ଗଲରେ ଗଛ କଟା ଯାଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତଙ୍କ ନେତୃତ୍ବରେ ସାହାରପଡା ବନପାଳ ମୋହିନୀ ମହାନ୍ତ ଏବଂ ପାରାକର୍ମଚାରୀ ଜଙ୍ଗଲରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବନ ବିଭାଗକୁ ଦେଖି କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କାଠ ଗୁଡିକୁ ବନ ବିଭାଗ ଜବତ କରି ପାଟଣା ବନାଞ୍ଚଳକୁ ଆଣିଛି। ଜବତ କାଠ ମଧ୍ୟରେ ୧୫ଟି ଶାଳ ଗଣ୍ଡି ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

Comments are closed.