ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଉଦୟପୁର ପଞ୍ଚାୟତ ଗୁଣ୍ଡିରୀବିଲ୍ଲା ଗ୍ରାମର ରମେଶ ମୁଣ୍ଡା(୪୨) ନାମକ ଜଣେ ବ୍ୟକ୍ତି ଗତ ଗୁରୁବାର ଗ୍ରାମରୁ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ଗଳିତ ଶବ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଗଛରେ ଫାଶୀ ଲଗା ଅବସ୍ଥାରେ ଉଦ୍ଧାର ହୋଇଛି।‌ ଆଜି ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ଏକ ଗଳିତ ଶବ ଗଛରେ ଫାଶୀ ଲଗା ଅବସ୍ଥାରେ ଝୁଲୁଥିବା ଦେଖି ଗ୍ରାମରେ ଜଣାଇବା ସହ ପାଟଣା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ପହଞ୍ଚି ଗଳିତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।

Comments are closed.