ଶରୀରକୁ ସୁସ୍ଥ ରଖିଥାଏ ପାଳଙ୍ଗ ଶାଗ

ବ୍ରୋକୋଲି –
ଏଥିରେ ଭିଟାମିନ ଏ ଓ ସି ସହ ଅନ୍ୟ ଆଣ୍ଟି ଅକ୍ସିଡ଼ାଣ୍ଟ ମଧ୍ୟ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ।
ଏହି ସମସ୍ତ ଖାଦ୍ୟ ବ୍ୟତୀତ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବା ପାଇଁ ଅନ୍ୟ କେତେକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ଅଟେ।
ରସୁଣ –
ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡ଼ାଣ୍ଟ ରହିଛି। ଏହା ଆମ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ।
ପାଳଙ୍ଗ ଶାଗ –
ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଶରୀରରେ ନୂତନ କୋଷିକା ବା ସେଲ ତିଆରି କରିଥାଏ। ଏଥିରେ ଫାଇବର , ଆଣ୍ଟି ଅକ୍ସିଡ଼ାଣ୍ଟ, ଭିଟାମିନ ସି , ଆଇରନ ରହିଛି। ଯାହା ଆମ ଶରୀରକୁ ସୁସ୍ଥ ରଖିଥାଏ।
ଛତୁ –
ଛତୁରେ ଥିବା ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। । ଏହାକୁ ଖାଇବା ଦ୍ୱାରା ମଧ୍ୟ ଶରୀର ପାଇଁ ଲାଭଦାୟକ ଅଟେ।
ସୁସ୍ଥ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ………
ଠିକ ସମୟରେ ଶୁଅନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ।
ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ।
ସବୁଜ ପନିପରିବା ଓ ଫଳ ଖାଆନ୍ତୁ।
କିଛି ସମୟ ସକାଳର ଖରାରେ ରୁହନ୍ତୁ।
ଡ଼ାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଖାଆନ୍ତୁ ନାହିଁ।

Comments are closed.