ସଂସଦ କ୍ୟାଣ୍ଟିନରେ ମହଙ୍ଗା ହେଲା ଖାଦ୍ୟ : ଆମିଷ ଖାଦ୍ୟ ଥାଳି ୭୦୦

ନୂଆଦିଲ୍ଲୀ : ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଏଣିକି ମହଙ୍ଗା ହେବ। ଖାଦ୍ୟର ମୂଲ୍ୟ ପୂର୍ବରୁ ଯାହା ଥିଲା ଏବେ ତାହା ପ୍ରାୟ ୨ଗୁଣ ଟଙ୍କା ଦେବାକୁ ପଡିବ। ବର୍ଷ ବର୍ଷ ଧରି ସରକାର ଦେଉଥିବା ସବସିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ବର୍ଦ୍ଧିତ ହୋଇଥିବା ଏହି ଦର ଲାଗୁ କରାଯିବ।
ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ସାଂସଦମାନେ ଏହି ସେସନରେ ବିନା ସବସିଡିରେ ଲାଗୁ ହୋଇଥିବା ବର୍ଦ୍ଧିତ ଦର ଦେଇ ଖାଦ୍ୟ ଖାଇବେ। ଖାଦ୍ୟ ଦର ବୃଦ୍ଧି ସହ ନୂତନ କିଛି ବ୍ୟଞ୍ଜନକୁ ମଧ୍ୟ ସାମିଲ କରାଯାଇଛି। ଆମିଷ ଓ ନିରାମିଷ ପ୍ରକାର ଖାଦ୍ୟକୁ ମିଶାଇ ଏବେ ପ୍ରାୟ ୫୮ ପ୍ରକାରର ଖାଦ୍ୟ ଉପଲବ୍ଧ ହେବ। ଏହା ମଧ୍ୟରେ ମଟନ ବିରିୟାନି, ଚିକେନ ବିରିୟାନି, ଭେଜ ବିରିୟାନି, ମାଛ, ଚିପ୍ସ, ସାଲାଡ , ମସଲା ଉପମା, ଉଥପମ ଆଦି। ଖାଦ୍ୟ ଓ ଏହାର ମୂଲ୍ୟ….
ଆଳୁର ଚପ (ଗୋଟେ ଖଣ୍ଡ) – ୧୦
ସିଝା ପନିପରିବାର ଏକ ବ୍ୟଞ୍ଜନ – ୫୦
ବ୍ରେଡ ପକୋଡା – ୧୦
ରୁଟି (୧ଟା )– ୩
ଚିକେନ ବିରିୟାନି – ୧୦୦
ଚିକେନ ତରକାରୀ – ୭୫
ଚିକେନ କଟଲେଟ -୧୦୦
ଚିକେନ ଫ୍ରାଏ – ୧୦୦
ଦହି – ୧୦
ଦହି, ଭାତ, ଆଚାର – ୪୦
ଡାଲି ତଡକା – ୨୦
ମସଲା ଦୋସା – ୫୦
ସାଧା ଦୋସା – ୩୦
ଅଣ୍ଡା ତରକାରୀ – ୩୦
ଫିଙ୍ଗର ଚିସ୍ପ – ୫୦
ମାଛ ଭଜା ଓ ଚିପ୍ସ – ୧୧୦
ଇଟିଲି ଓ ଚଟଣି – ୨୦
ସମ୍ବର, ଇଟିଲି, ଚଟଣି – ୨୫
କଡି ପକୋଡା – ୩୦
କେସରି ଭାତ – ୩୦
ଖେଚେଡି , ଆଚାର – ୫୦
ଲେମସ ରାଇସ – ୩୦
ମସଲା ଡାଲି ବରା – ୩୦
ମଟନ ବିରିୟାନି – ୧୫୦
ମଟନ ତରକାରୀ – ୧୨୫
ମଟନ କଟଲେଟ – ୧୫୦
ମସଲା ଆମଲେଟ – ୨୫
ସାଧା ଆମଲେଟ – ୨୦
ପରିବା ପକୁଡି – ୫୦
ମଟର ପନିର – ୬୦
ପୋହା – ୨୦ (ଚୁଡା ଉପମା)
ଚାଉଳ ଖିରୀ – ୩୦
ସିମେଇ ଖିରୀ – ୩୦
ଟମାଟୋ ରାଇସ – ୫୦
ଉପମା – ୨୫
ଉଥପମ – ୪୦
ସତେଜ ଜୁସ – ୬୦
ଖରାବେଳର ଆମିଷ ଖାଦ୍ୟ ଥାଳି – ୭୦୦
ସାଧା ଖାଦ୍ୟ ଥାଳି – ୫୦୦
ସୁପ – ୨୫
ସିଙ୍ଗଡା – ୧୦
ପନିର ପକୋଡା – ୫୦
ତନ୍ଦୁରୀ ରୁଟି – ୫
ଛୋଟ ସାଧା ଖାଦ୍ୟ ଥାଳି – ୫୦
ସାଧା ତରକାରୀ – ୨୦
ଶୁଖିଲା ତରକାରୀ – ୩୫
ରୋଷ୍ଟେଡ ପାମ୍ପଡ – ୫
ଗ୍ରୀନ ସାଲାଡ – ୨୫
ଭାତ – ୨୦
ସାଧା ବିରିୟାନି – ୫୦
ପରିବା କଟଲେଟ – ୨୦
ମସଲା ପୁରୀ, ତରକାରୀ, ପିଆଜ – ୫୦

Comments are closed.