ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ରହିଛି – ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମାଲକାନଗିରିର ଜିଲାର ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହ ସିଧାସଳଖ ଭିଡିଓ କଂଫେରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରିୟ ଭାଇ ଓ ଉଭଣୀମାନେ , ଆପଣମାନେ କେମିତି ଅଛନ୍ତି ? ୨୦୧୮ ଜୁଲାଇ ମାସରେ ମୁଁ ସ୍ବାଭିମାନ ଅଞ୍ଚଳକୁ ଯାଇଥିଲି ଏବଂ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରିଥିଲି । ସ୍ବାଭିମାନ ଅଞ୍ଚଳର ବିକାଶ କାମକୁ ଆଗେଇ ନେବାକୁ ମୁଁ ସେତେବେଳେ SETU ଯୋଜନାରେ ୧୦୦ କୋଟି ଟଙ୍କାର special package ଘୋଷଣା କରିଥିଲି । ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।
ଏଥିରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ବାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ମିଶନ ଶକ୍ତିର ମା ମାନଙ୍କ ପାଇଁ exposure visitର ମଧ୍ୟ ବ୍ୟବସ୍ଥା କରାଯାଇଛି । ସ୍ବାଭିମାନ ଅଞ୍ଚଳରେ ଭଲ ହଳଦୀ ଚାଷ କରାଯାଏ । ଏହାର ମଧ୍ୟ ବହୁତ ଆଦର ରହିଛି । ତେଣୁ ସ୍ବାଭିମାନ ଅଞ୍ଚଳରେ ଅଧିକ ହଳଦୀ ଚାଷ ସହିତ processing ଏବଂ branding ପାଇଁ ପଦକ୍ଷେପ ନିଆଯାଇଛି । ବିଜୁଳି ସେବା ପାଇଁ 33 x 11 kv Substation କାମ ଖୁବ ଶୀଘ୍ର ଶେଷ ହେବ ଏବଂ 11 kv 3 phase line connection, ଦିଆଯିବ। ଗାଁ ଗାଁ ରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି 78 km ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭଲ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ mega pipe water supply project ଆରମ୍ଭ ହୋଇଛି ଏବଂ ୨୫୦ଟି tube well କାମ ଶେଷ ହୋଇଛି । ୩୨ କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ ୪୩ଟି Lift Irrigation Project ଏବଂ 419ଟି Cluster Deep Bore well କରାଯିବ। ଏହାଦ୍ବାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ । ସ୍ବାଭିମାନ ଅଞ୍ଚଳର ୮୨ଟି ଅଙ୍ଗନବାଡି କେନ୍ଦ୍ର ଓ ….health.. sub centre କାମ ଚାଲିଛି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ । ଖୁସିର କଥା ସ୍ବାଭିମାନ ଅଞ୍ଚଳରେ ୪ଟି Mobile tower ହୋଇଥିବା ବେଳେ 4G ସୁବିଧା ସହ ଆଉ ତିନୋଟି tower କରିବାକୁ ଆମର ଯୋଜନା ରହିଛି । ସେଥିପାଇଁ Bharat Infrated Pvt Ltd.କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଘୋଷଣା କରୁଛି ଯେ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ smart mobile phone ଯୋଗାଇଦେବେ ଆଜି ଆପଣଙ୍କ ଅଞ୍ଚଳରେ ମୋବାଇଲ ଫୋନ ବଣ୍ଟନ କାମ ଆରମ୍ଭ କରି ମୁଁ ବହୁତ ଖୁସି। ।

ଏହା ଆପଣମାନକୁ ଆହୁରି ଭଲ ଭାବରେ ଅନ୍ୟ ଅଞ୍ଚଳ ସହ ଯୋଡିପାରିବ । ପିଲାମାନଙ୍କ ପାଠ ପଢାରେ ବି ସୁବିଧା ହେବ। ଏହି ଅବସରରେ LWE cadre ମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ହିଂସା ଛାଡି ମୁଖ୍ୟଧାରାକୁ ଫେରି ଆସନ୍ତୁ ଏବଂ ବିକାଶ କାମକୁ ଆଗେଇ ନେବାରେ ସହଯୋଗ କରନ୍ତୁ । ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ରହିଛି । ଏ ଅଞ୍ଚଳକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢି ତୋଳିବା ପାଇଁ ମୋ ଉଦ୍ୟମ ଜାରି ରହିବ ।

Comments are closed.