ଗଛ ଡ଼ାଳ ପଡି ୩ ବର୍ଷର ଶିଶୁ ମୃତ

ଯାଜପୁର : ଯାଜପୁର ଜିଲା ଯୋଡିକୂଅ ନିକଟରେ ଅଘଟଣ ଘଟିଥିବା ଶନିବାର ଜଣାପଡ଼ିଛି। ଗୋଟିଏ ପରିବାରର ବାପା,ମାଆ ଓ ପୁଅ ବାଇକରେ ଫେରୁଥିବା ବେଳେ ଗଛ ଡାଳ ପଡି ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଏହାସହ ବାପା, ମାଆ ଆହତ ହୋଇଛନ୍ତି। ଉକ୍ତ ପରିବାର ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।

 

Comments are closed.