ସୁନ୍ଦର ତ୍ୱଚା ତଥା ଚମକ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ଜିରା ସ୍କ୍ରବ

ରୋଷେଇ କାର୍ଯ୍ୟରେ ବ୍ୟବହୃତ ଜିରା ଖାଦ୍ୟର ସ୍ୱାଦର ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ଏହା ତ୍ୱଚାକୁ ସୁନ୍ଦର କରିବା ପାଇଁ ମଧ୍ୟ ବେଶ ସହାୟକ। ସେଭଳି ଦେଖିବାକୁ ଗଲେ ଜିରା ସ୍ୱାସ୍ଥ୍ୟ ତଥା ପେଟ ପାଇଁ ଖୁବ ଉପକାରୀ। ଜିରାରେ ସ୍କ୍ରବ ପ୍ରସ୍ତୁତ କରି ଏହାକୁ ମୁହଁ ପାଇଁ ବ୍ୟବହାର କରିବା ଦ୍ୱାରା ମୁହଁର ସମସ୍ତ ଅପରିଷ୍କାର ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଜାଣନ୍ତୁ ଏହାକୁ କିଭଳି ମୁହଁ ପାଇଁ ବ୍ୟବହାର କରିବେ….
ଜିରାରେ ଥିବା ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚା ପାଇଁ ସବୁବେଳେ ଲାଭଦାୟକ। ଏଥିରେ ଥିବା ଭିଟାମିନ ଓ ମିନେରାଲ୍ସ ରହିଛି। ଏହା ତ୍ୱଚାକୁ ଉଜ୍ଜ୍ୱଳ ଓ ସୁନ୍ଦର କରିଥାଏ।
ଏପରି ପ୍ରସ୍ତୁତ କରନ୍ତୁ ଜିରା ସ୍କ୍ରବ –
୨ ଚାମଚ ଜିରା, ଚିନି ଆବଶ୍ୟକ ପରିମାଣରେ, ବଡ ଚାମଚ ମହୁ, ବାଦାମ ତେଲ ୩ ରୁ ୪ ବୁନ୍ଦା, ଟି ଟ୍ରି ଅଏଲ ଅଳ୍ପ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣ ତ୍ୱଚା ପାଇଁ ବେଶ ଉପକାରୀ।
ସେହିପରି ଜିରାକୁ ଭଲ ଭାବେ ପେଷି ଏଥିରେ ସାମାନ୍ୟ ଦହି, ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଏହା ତ୍ୱଚା ପାଇଁ ଖୁବ ଉପକାରୀ।
ତ୍ୱଚାକୁ ଗୋରା କରିବା ପାଇଁ ଜିରାଗୁଣ୍ଡରେ ହଳଦୀ ଗୁଣ୍ଡ ମିଶାଇ, ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ମୁହଁର ଚମକ ବୃଦ୍ଧି କରିଥାଏ।
ବୟସ ବୃଦ୍ଧି ସହ ବହୁ ସମୟରେ ମୁହଁରେ କୁଞ୍ଚନ ସୃଷ୍ଟି ହୋଇଥାଏ। ଏହି ସମସ୍ୟା ଦୂର ପାଇଁ ଜିରା ଗୁଣ୍ଡରେ ବେସନ, କଞ୍ଚାଖିର ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇବା ଦ୍ୱାରା ପାର୍ଲର ଭଳି ଚମକ ଆସିଥାଏ। ଏହା ମୁହଁକୁ ଖୁବ ସୁନ୍ଦର କରିଥାଏ।

Comments are closed.