ରାଜ୍ୟରେ ୧୫୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା

ଦ୍ରୁତ ଗତିରେ ହ୍ରାସ ସଂକ୍ରମିତଙ୍କ ସଂଖ୍ୟା ; ୧୨ ଜିଲାରୁ ନାହାନ୍ତି ନୂଆ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୧୫୦ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୧୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୭୨, ସ୍ଥାନୀୟ ୫୦। ମୋଟ ପଜିଟିଭଙ୍କ ସଂଖ୍ୟା ୩,୩୩,୫୬୬କୁ ବୃଦ୍ଧି ପାଇଛି। ୩,୨୯,୮୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୮୧୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୮ ଜିଲାରୁ ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୬ ଆକ୍ରାନ୍ତ। ଅନୁଗୁଳ ୧୦, ବାଲେଶ୍ୱର ୧, ବରଗଡ ୬, ଭଦ୍ରକ ୫, ବଲାଙ୍ଗୀର ୨, କଟକ ୩, ଦେଓଗଡ ୧, ଗଞ୍ଜାମ ୪, ଜଗତସିଂହପୁର ୧, ଯାଜପୁର ୨, ଝାରସୁଗୁଡା ୪, ଖୋର୍ଦ୍ଧା ୫, ମୟୁରଭଞ୍ଜ ୩, ନୂଆପଡା ୬, ପୁରୀ ୧୭, ସମ୍ବଲପୁର ୨୩, ସୋନପୁର ୨, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.