୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଗଳା କାଟି ହତ୍ୟା ଉଦ୍ୟମ

ଜଣେ ଅଭିଯୁକ୍ତକୁ କାବୁ କଲେ ଗ୍ରାମବାସୀ

ଚିକିଟି: ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁରଲ ଗ୍ରାମ ୫ ନମ୍ବର କାଣ୍ଡି ଓଡିଆରପି କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଛୁରୀରେ ଗଳା କାଟିବା ଯୋଗୁଁ ତା’ର ଅବସ୍ଥା ଗୁରୁତର ହୋଇଛି।

ସୂଚନା ଅନୁଯାୟୀ, ୨ ମଦ୍ୟପ ଦୁର୍ବୃତ୍ତ ୫ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ ପରେ ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ। ଗ୍ରାମବାସୀ ଜଣକୁ କାବୁ କରି ପୁଲିସରେ ଜିମାଦେଇଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି। କାବୁ ହୋଇଥିବା ଅଭିଯୁକ୍ତର ନାଁ ହେମନ୍ତ ବେହେରା ବୋଲି ଜଣାପଡ଼ିଛି।

Comments are closed.