କାର୍ତ୍ତିକ ତୃତୀୟ ସୋମବାର ; ଖାଁ ଖାଁ ଶୈବପୀଠ

ଭୁବନେଶ୍ୱର : ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର। ତେବେ କରୋନା କଟକଣା ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଉଛି। ରାଜ୍ୟରେ ଆଜି ପ୍ରାୟ ସମସ୍ତ ଶୈବପୀଠ ଖାଁ ଖାଁ ରହିଛି। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ । ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର, ଲିଙ୍ଗରାଜ, ଆଖଣ୍ଡଳମଣି, କପିଳାସ, ଲଡୁବାବା, ଲୋକନାଥ, ହରିଶଙ୍କର, ଭଳି ସମସ୍ତ ଶୈବପୀଠରେ ପାରମ୍ପରିକ ରୀତି ନୀତି ଅନୁସାରେରେ ପୂଜାର୍ଚ୍ଚନା କରାଯାଉଛି। ପ୍ରତି ବର୍ଷ ଏହି ସମୟରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ ।

 

Comments are closed.