ସୂର୍ଯ୍ୟପରାଗ ଆରମ୍ଭ: ସକାଳ ୮ଟା ୧୯ ମିନିଟ ୨୪ ସେକେଣ୍ଡରେ ପରାଗ ସ୍ପର୍ଶ, ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁୁବନେଶ୍ୱର : ଗୁରୁବାର ସକାଳ ୮ଟା ୧୯ ମିନିଟ ୨୪ ସେକେଣ୍ଡରେ ପରାଗ ସ୍ପର୍ଶ କରିଛି। ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହୋଇଥିବା ବେଳେ ଦିନ ୧୧ଟା ୨୯ ମିନିଟ ୧୬ ସେକେଣ୍ଡରେ ସର୍ବମୋକ୍ଷ। ପରାଗ ଶେଷ ପର୍ଯ୍ୟନ୍ତ ସିଧାସଳଖ ଖାଲି ଆଗରେ ପରାଗ ଦେଖିବାକୁ ବାରଣ ହୋଇଥିବା ସହ ଏହା ସବୁଠାରୁ ଅଧିକ ସମୟ ଅର୍ଥାତ ୩ ଘଣ୍ଟା ୯ ମିନିଟ ପର୍ଯ୍ୟନ୍ତ ଛାଇ ଆଲୁଅର ଖେଳ ଚାଲିବ। କର୍ଣ୍ଣାଟକ, କେରଳ, ତାମିଲନାଡ଼ୁର କିଛି ସ୍ଥାନରେ ବଳୟ ସୂର୍ଯ୍ୟାପରାଗ ହେବ।
ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ପରାଗ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଲୋକେ ଏଠାରେ ପରାଗ ଦେଖୁଛନ୍ତି। ବୁର୍ଲାସ୍ଥିତ ଅବଦୁଲ କଲାମ ପ୍ଲାନେଟୋରିୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମାତ୍ର ବୁର୍ଲାରେ ବର୍ଷା ହେଉଥିବାରୁ ପରାଗ ଦେଖିବାକୁ ଲୋକେ ବଞ୍ଚିତ ହୋଇଥିବା ସୂଚନା ମିଳିଛି।

Comments are closed.