ନିର୍ମାଣାଧୀନ କାଟୁନ୍ କାରଖାନାରେ ଦୁର୍ଘଟଣା: କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ରେଙ୍ଗାଲି : ସୋନପୁର ଜିଲାର ରେଙ୍ଗାଲି ନିକଟରେ ଥିବା କତରବଗା ଥାନା ଅନ୍ତର୍ଗତ ଗୋଲାମାଲ ଗ୍ରାମରେ ନିର୍ମାଣ ଚାଲିଥିବା କାଟୁନ୍ କାରଖାନାରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ଦୁର୍ଘଟଣା ଘଟି ସୁରେନ୍ଦ୍ର ବଢେଇ (୨୧) ନାମକ ଜନୈକ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୁରେନ୍ଦ୍ର ପ୍ରାୟ ୨୫ମିଟର ଉଚ୍ଚତାରେ ରହି କାମ କରୁଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ ବୋଲି କୁହାଯାଉଛି । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଚ୍ଚତା ରେ କାମ କରୁଥିବା ସତ୍ତ୍ବେ ସେଫ୍ଟି ବେଲ୍ଟ ଏବଂ ଅନ୍ୟ ସୁରକ୍ଷା ଉପକରଣ ନଥିବାରୁ ସୁରେନ୍ଦ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ହେଉଛି। କତରବଗା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଥିବାର ଜଣାପଡିଛି।

Comments are closed.