ରେଳଭଡା ବୃଦ୍ଧି ସମ୍ବାଦ ଭିତ୍ତିହୀନ – ରେଳ ମନ୍ତ୍ରାଳୟ

କେତେକ ଗଣମାଧ୍ୟମରେ ରେଳଭଡ଼ା ବୃଦ୍ଧି ପାଉଥିବା ନେଇ ପ୍ରକାଶ ପାଇଥିବା ଖବରକୁ ଭାରତୀୟ ରେଳବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ଟ୍ରେନ୍ ଗୁଡ଼ିକୁ ପୁଣି ଚଳାଚଳ କରିବା ପୂର୍ବରୁ ସମସ୍ତ ଟିକେଟ୍ ମୂଲ୍ୟରେ ୧୫ଟଙ୍କା ସଂରକ୍ଷଣ ଶୁଳ୍କ ସାମିଲ କରାଯିବା ସମ୍ବନ୍ଧୀୟ ସମ୍ବାଦ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ରେଳ ମନ୍ତ୍ରଣାଳୟ କହିଛି। ଏବେ ରେଳ ଭଡ଼ା ବୃଦ୍ଧି ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ନ ଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।