ଶୁକ୍ରବାର ରାତିରୁ ନାଇଟକର୍ଫ୍ୟୁ ; ସୋମବାର ଭୋର ପର୍ଯ୍ୟନ୍ତ ଲାଗୁ କଟକଣା

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି। ଦୀର୍ଘ ଏକ ସପ୍ତାହ ହେବ ନାଇଟକର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆସନ୍ତା ଶନିବାରରୁ ସପ୍ତାହନ୍ତ ସଟଡାଉନ ବ୍ୟବସ୍ଥା ଲାଗୁ କରାଯିବ। ମାତ୍ର ଏହାମଧ୍ୟରେ ଲାଗୁ ହୋଇଥିବା ନାଇଟକର୍ଫ୍ୟୁରେ କୌଣସି ପରିବର୍ତ୍ତନ ହେବ ନାହିଁ। ଶୁକ୍ରବାର ରାତିରୁ  ନାଇଟକର୍ଫ୍ୟୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର, ରବିବାର ସଟଡାଉନ ସହ ସୋମବାର ଭୋର ୫ଟା ପର୍ଯ୍ୟନ୍ତ ଏହା ଲାଗୁ ହେବ।

Comments are closed.