ସ୍ୱାଭିମାନ ଅଞ୍ଚଳ ସୀମାନ୍ତରେ ଇନଫର୍ମର ସନ୍ଦେହରେ ଗଳାକାଟି ହତ୍ୟା

ମାଲକାନଗିରି: ମାଓବାଦୀମାନେ ସ୍ବାଭିମାନ ଅଞ୍ଚଳ ସୀମାନ୍ତରେ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗଳାକାଟି ହତ୍ୟା କରିଛନ୍ତି। ଗତକାଲି ବିଲମ୍ବିତ ରାତିରେ ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିଲେ।

 

ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ସୀମାକୁ ଲାଗିଥିବା ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ବାକପଲ୍ଲି ଗ୍ରାମର ଗେମେଲି କ୍ରିଷ୍ଣା ରାଓଙ୍କୁ ମାଓବାଦୀମାନେ ଗଳା କାଟି ହତ୍ୟା କରିଛନ୍ତି। ସେମାନେ ସେଠାରେ ଛାଡି ଯାଇଥିବା ଏକ ଚିଠିରେ କ୍ରିଷ୍ଣା ରାଓ ପୁଲିସକୁ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେଉଥିବାରୁ ଏଭଳି ନିଷ୍ପତ୍ତି ସଂଗଠନ ପକ୍ଷରୁ ନିଆ ଯାଇଛି ବୋଲି ସିପିଆଇ ମାଓବାଦୀ, କୋରୁକୋଣ୍ଡା ମାଓ ସଂଗଠନ ପକ୍ଷରୁ ଏକ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ପରେ ସେଠାରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଜୋରାଦାର କରାଯାଇଛି।

Comments are closed.