କଲ୍ୟାଣସିଂହପୁରରେ ମାଓବାଦୀ ହିଂସା, ରାସ୍ତାକାମରେ ନିୟୋଜିତ ଗାଡ଼ି ପୋଡ଼ି ଶ୍ରମିକଙ୍କୁ ପିଟିଲେ

କଲ୍ୟାଣସିଂହପୁର: ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ହିଂସାକାଣ୍ଡ ଘଟାଇଛନ୍ତି। ରାସ୍ତାକାର୍ଯ୍ୟରେ ନିୟୋଜିତ ଥିବା ଗାଡ଼ି ପୋଡ଼ିଦେବା ସହିତ ଶ୍ରମିକଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କଲ୍ୟାଣ୍ଡସିଂହପୁର ବ୍ଲକରେ ନିୟମଗିରି ରାସ୍ତା ନିର୍ମାଣ ଚାଲିଛି। ତେବେ ଖଣି ପାଇଁ ଏହି ରାସ୍ତା ନିର୍ମାଣ କରାଯାଉଥିବା ମାଓବାଦୀମାନେ ଅଭିଯୋଗ କରି ମଙ୍ଗଳବାର ରାତିରେ ଘଟଣାସ୍ଥଳକୁ ଆସିଥିଲେ। ସେଠାରେ ରାସ୍ତାକାର୍ଯ୍ୟରେ ନିୟୋଜିତ ଥିବା ୨ଟି ଜେସିବି, ଗୋଟିଏ ରୋଲର, ଗୋଟିଏ ମିକ୍ସର ମେଶିନକୁ ପୋଡ଼ି ଦେବା ସହିତ ୨ଜଣ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ରାସ୍ତାକାମ ବନ୍ଦ ନ କଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ପରେ ଯିବା ସମୟରେ ସେଠାରେ ପୋଷ୍ଟର ମାରି ଚାଲିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Comments are closed.