ରାସ୍ତାରେ ପଡ଼ିଛି ମୃତ କୁମ୍ଭୀର

କୋରାପୁଟ : କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରି ଗାଁ ନିକଟ ରାସ୍ତାରେ ଶନିବାର ଏକ କୁମ୍ଭୀରର ମୃତଦେହ ପଡ଼ି ରହିଛି। ଅଜଣା ଗାଡ଼ି ଧକ୍କାରେ ଉକ୍ତ କୁମ୍ଭୀରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ କୁମ୍ଭୀର ପଡ଼ିଥିବା ସ୍ଥାନର କିଛି ଦୂରରେ ଅନ୍ୟ ଏକ କୁମ୍ଭୀର ଚଲାବୁଲା କରୁଥିବା ବେଳେ ପୋଖରୀରେ କୁମ୍ଭୀର ଥିବା ନେଇ ଆଶଙ୍କା କରାଯାଉଛି। ଏହାସହ ପୋଖରୀ ନିକଟରେ ଥିବା ନଦୀରେ ମଧ୍ୟ କୁମ୍ଭୀର ଥିବା ନେଇ ସନ୍ଦେହ କରାଯାଉଛି। ଗାଁର ରାସ୍ତାରେ କୁମ୍ଭୀର କାରଣରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ନଥିବା ନେଇ ସୂଚନା ମିଳିଛି।

Comments are closed.