ବରିଷ୍ଠ ସୁରକ୍ଷା ପରାମର୍ଶଦାତାଙ୍କ ଦିନିକିଆ କଳାହାଣ୍ଡି ଗସ୍ତ

ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି। ସକାଳ ୧୦ ଟାରେ କଳାହାଣ୍ଡି ରିଜର୍ଭ ପୁଲିସ ପଡ଼ିଆରେ ସେ ହେଲିକପ୍ଟର ଯୋଗେ ଆସି ପହଞ୍ଚିଥିଲେ। ପରେ କଳାହାଣ୍ଡି ଏସପିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଛତିଶଗଡ଼ ଏବଂ ଓଡିଶା ପୁଲିସ ସହିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଛତିଶଗଡ଼ ଗରିଆବନ୍ଦ, ଧନତରି, ମହାସମୁଦ ଓ ଓଡ଼ିଶାର ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଏସପିଙ୍କ ସମେତ ସିଆରପିଏଫ, ବିଏସଏଫର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେଇଥିଲେ। ମାଓବାଦୀ ସମୀକ୍ଷା ନେଇ ବୈଠକରେ ଆଲୋଚନା ହୋଇଛି । କଳାହାଣ୍ଡି ଏସପି ଅନୁପସ୍ଥିତ ଥିବାରୁ ରାୟଗଡ଼ା ଏସପି ଦାୟିତ୍ୱରେ ଥିବା ସୂଚନା ମିଳିଛି।

Comments are closed.