‘କରୋନା ମହାମାରୀ ମୁକାବିଲା ପାଇଁ ଲୋକମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ’

ଭୁବନେଶ୍ୱର: ଦିନକୁ ଦିନ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ଏହି ମହାମାରୀ ମୁକାବିଲା ପାଇଁ ଲୋକମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୯ମ ବାର୍ଷିକ ଉତ୍ସବ ଅବସରରେ ବିଶିଷ୍ଟବକ୍ତାମାନେ ପ୍ରକାଶ କରିଛନ୍ତି।
ଚଳିତ ବର୍ଷ କୋଭିଡ୍-୧୯ ମହାମାରୀ କଟକଣା ହେତୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍-୧୯ ଗାଇଡ୍ଲାଇନ୍ ଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ. ଅଚ୍ୟୁତ ସାମନ୍ତ (ସାଂସଦ, କନ୍ଧମାଳ) ଉଦ୍ଘାଟକ ଭାବେ ଯୋଗ ଦେଇଥିବା ବେଳେ ଡଃ ସୂର୍ଯ୍ୟନାରାୟଣ ପାତ୍ର (ବାଚସ୍ପତି, ଓଡ଼ିଶା ବିଧାନସଭା) ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏଥି ସହ ଶ୍ରୀମତୀ ପଲ୍ଲୀ ପଟ୍ଟନାୟକ (ଅଧ୍ୟକ୍ଷା, ମଦର୍ସ ପବ୍ଲିକ୍ ସ୍କୁଲ୍) ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ପାର୍ଥଜିତ୍ ପଟ୍ଟନାୟକ (ମୁଖ୍ୟ ପରିଚାଳନା ସମ୍ପାଦକ, ଫାଲ୍କନ୍ ରିୟଲ୍ ଇଷ୍ଟେଟ୍), ଆକାଶ ଦାସ ନାୟକ (ଅଧ୍ୟକ୍ଷ, ମୋ କଲେଜ) ଯୋଗଦାନ କରିଥିଲେ ।
ଆରମ୍ଭରେ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ରଖିବା ସହ ଏହି ପତ୍ରିକାର ଦୀର୍ଘ ୯ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଅତିଥିମାନେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ସାଧୁବାଦ୍ ଜଣାଇବା ସହ ଚଳିତ ବର୍ଷ ମହାମାରୀ ମୁକାବିଲା ପାଇଁ ଲୋକମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମଞ୍ଚ ସଭା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପରିବାର ତରଫରୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତି” ଭାବେ ସମ୍ବର୍ଦ୍ଧିତ କରାଯିବା ସହ ୫ଜଣ ସ୍ୱତନ୍ତ୍ର ବ୍ୟକ୍ତିବିଶେଷଙ୍କୁ ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପଥପ୍ରଦର୍ଶକ ବ୍ରାଡ୍ ମିଶ୍ର ଓ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ଯୋଗ ଦେଇଥିଲେ ଏବଂ ଅନୁଷ୍ଠାନର ସଦସ୍ୟ ଅରୁଣ କୁମାର ମହାରଣା, ପ୍ରମୋଦ କୁମାର ଲେଙ୍କା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜୀବ ନୟନ ରଥ ପ୍ରମୁଖ ଉପସ୍ଥିତ ଥିଲେ । ସହସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଡ. ପ୍ରସ୍ମିତା ତେଜସ୍ୱିନୀ (ସ୍ୱାସ୍ଥ୍ୟ), ଧୀରେନ୍ଦ୍ର ଖଣ୍ଡେଲ୍ୱାଲ (ପ୍ରଯୁକ୍ତି ବିଦ୍ୟା), ସବ୍ୟସାଚୀ ମିଶ୍ର (ମନୋରଂଜନ), ଶାରା ଶର୍ମା (ପୋଲିସି ପ୍ରଶାସନ), ସୌଭାଗ୍ୟ ମହାପାତ୍ର (ହୋଟେଲ୍ ଆଣ୍ଡ ହସ୍ପିଟାଲିଟି), ମିତେଶ ଖିମ୍‌ଜୀ (ଅଳଙ୍କାର), ସୁରେଶ ଚନ୍ଦ୍ର ରାଉତରାୟ (ରାଜନୀତି), ଡ. ଅରୁଣ କୁମାର ପ୍ରହରାଜ (ସମାଜସେବା), ଡ. ସୁବାଶିଷ ଦାସ (ଷ୍ଟିଲ୍ ଆଣ୍ଡ ମାଇନିଂ), ଶକ୍ତି ବେହେରା (ଶିକ୍ଷା), ମନୋଜ ମିଶ୍ର (ପଲିସି ମେକିଂ), ସଂଦୀପ ଗୁହାରାୟ (ଏଣ୍ଟରପ୍ରିନର୍ସିପ୍), କେ.ଜେ. ପଟେଲ୍ (କର୍ପୋରେଟ୍), ଦେବୀ ପ୍ରସାଦ ଷଡ଼ଙ୍ଗୀ (ଷ୍ଟାର୍ଟଅପ୍), ଦିଲ୍ଲୀପ କୁମାର ବିଶୋଇ (ସାମ୍ବାଦିକତା), ଗଜେନ୍ଦ୍ର ସାହୁ (ଆର୍ଟ୍ସ ଆଣ୍ଡ କଲ୍ଚର୍), ଅନୀଲକାନ୍ତ ତ୍ରିପାଠୀ (ଇଂଜିନିୟରିଂ), ଚେତନ୍ କୁମାର ଠେକ୍ରିୱାଲ (ରିୟଲ୍ ଇଷ୍ଟେଟ୍), ଅମରେଶ ନରେଶ ସାମନ୍ତ (କୃଷି) ଓ ଭବାନୀ ଶଙ୍କର ଚଇନି (ପ୍ରଶାସନିକ ସେବା)ଙ୍କୁ ପ୍ରେରଣାଦାୟୀ ବ୍ୟକ୍ତି ଭା​‌େ​‌ବ ପୁରସ୍କୃତ କରାଯାଇଥିଲା। ସେହିପରି ଅଜୟ ରାଉତ, ମଧୁସ୍ମିତା ମିଶ୍ର, ପ୍ରଦୀପ ମହାପାତ୍ର, ବ୍ୟୋମୋକେଶ ରାୟ ଓ ପ୍ରତିମା ବେହେରା ସ୍ୱତନ୍ତ୍ର ଜୁରି ଆୱାର୍ଡ଼ ପ୍ରଦାନ କରାଯାଇଥିଲା।

Comments are closed.