ତାରାତାରିଣୀ ଯାତ୍ରାରେ ସାମିଲ ନହେବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଗଞ୍ଜାମ : ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ଜିଲ୍ଲାପାଳ ତାରାତାରିଣୀ ଯାତ୍ରାକୁ ନେଇ ରବିବାର ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଗକୁ ଆସୁଥିବା ଚୈତ୍ର ପର୍ବରେ ସମାଗମ ନହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ତାରାତାରିଣୀଙ୍କ ଚୈତ୍ରପର୍ବ ପୂଜାବିଧି ଯଥାରୀତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ପାନୀୟ ଜଳ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ପ୍ରତ୍ୟାହାର ହୋଇଛି। ସମାଗମ ସ୍ଥଳକୁ ଯିବା ପାଇଁ ଗାଡ଼ି ବ୍ୟବସ୍ଥା ଉପରେ କଟକଣା ଜାରି ହୋଇଛି। ଛୋଟ ପିଲାଙ୍କ ମୁଣ୍ଡନ କାର୍ଯ୍ୟ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଏହି ବୈଠକରେ ତାରାତାରିଣୀ ଉନ୍ନୟନ କମିଟି, ଆରଟିଓ, ବିଧାୟକ ଓ ଏସପି ମଧ୍ୟରେ ଏଥିରେ ଉପସ୍ଥିତ ରହିଥିଲେ।

Comments are closed.