ମହିଳାଙ୍କ ବିଷ ପିଇ ମୃତ୍ୟୁ ଅଭିଯୋଗ, ଶାଶୁଘର ନାମରେ ନିର୍ଯାତନା ଅଭିଯୋଗ ଆଣିଲେ ବାପଘର ଲୋକେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ପଣ୍ଡିଗାଁରେ ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଶାଶୁଙ୍କ ନିର୍ଯାତନା ସହ୍ୟ କରିନପାରି, ସେ ମାନସିକ ଚାପରେ ଆତ୍ମହତ୍ୟା କରିଛନ୍ତି ବୋଲି ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଉକ୍ତ ମହିଳାଙ୍କ ବାପଘର ଜୟପାଟଣା ବ୍ଲକ ଉମେର ଗାଁରେ । ମହିଳା ଜଣଙ୍କ ନିଜ ବାପଘରକୁ ଗତ ୪ ଦିନ ତଳେ ଆସି ପୁଣି ନିଜ ଶାଶୁ ଘରୁକୁ ଫେରିଥିଲେ। ଏହାପରେ ଏହି ଘଟଣା ଘଟିଛି। ଖବର ପାଇ ଜୟପାଟଣା ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.