କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱର ସହଦେବ ଖୁଣ୍ଟାରୁ ପ୍ରାୟ ୧ କେଜି ୧୦୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଶନିବାର ଜଣାପଡ଼ିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବାଲେଶ୍ୱର ପୁଲିସର ମିଳିତ ଚଢାଉ ବେଳେ ଏହି ବ୍ରାଉନସୁଗାର ଜବତ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୩ କେଜିରୁ ଅଧିକ ବ୍ରାଉନସୁଗାର ଏସଟିଏଫ ଟିମ ଜବତ କରିସାରିଛି। ସେହିପରି ୨୫ଟି ମାମଲାରେ ୪୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.