ରାତି ୮ଟା – ମୁଖ୍ୟ ସମ୍ବାଦ

– ଆଜି ରାଜ୍ୟରେ ସୁସ୍ଥ ହେଲେ ୬,୧୭୬ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ ୧୬ ହଜାର ୪୦୩
– ଚିଲିକା ଗଣ୍ଡକୁ ଶ୍ରୀରାମଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଡଙ୍ଗାରୁ ଡେଇଁ ୩ ଗୁରୁତର, ଜଣେ ନିଖୋଜ
– କଟକ ଜିଲ୍ଲା ସାଲେପୁର ସବଜେଲରେ ୧୩ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ
– ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ସଂକ୍ରମଣ କମୁଥିବା ବେଳେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା
– ଧରାପଡ଼ିଲା ଟୁଇନ ସିଟିରେ ଆତଙ୍କ ଖେଳାଇଥିବା କଟୁରୀ ଗ୍ୟାଙ୍ଗ, ୫ ଅପରାଧୀ ଗିରଫ – ପୁଲିସ କମିଶନରଙ୍କ ସୂଚନା
– ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା
– ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ
– ଦେଶରେ ଆଜି ୩ ଲକ୍ଷ ୮୨ ହଜାର ୩୧୫ ସଂକ୍ରମିତ ଚିହ୍ନଟ, ୩୭୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
– ରାଜ୍ୟରେ ଆଜି ୯୮୮୯ କରୋନା ପଜିଟିଭ ଚିହ୍ନଟ, ୧୬ ଆକ୍ରାନ୍ତ ମୃତ
– ଆଜି ଭୁବନେଶ୍ୱରରୁ ୧୦୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୫୯୯ ସୁସ୍ଥ
– ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ, ଆଜି ରାତିରେ ଜାମନଗର ବାୟୁସେନାଘାଟିରେ ଓହ୍ଲାଇବ
– ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କୋଭିଡ -୧୯ ପଜିଟିଭ ଚିହ୍ନଟ

Comments are closed.