ରାତି ୯ଟା – ମୁଖ୍ୟ ଖବର

୧. ସମ୍ପ୍ରସାରିତ ହେଲା କେନ୍ଦ୍ର ମନ୍ତ୍ରୀମଣ୍ଡଳ, ସାମିଲ ହେଲେ ୧୫ କ୍ୟାବିନେଟ ଓ ୨୮ ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ
୨. ଓଡିଶାରୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ୨ ଜଣ – କ୍ୟାବିନେଟ ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ
୩. କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ୧୨ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି, ଓଡିଶାରୁ ଇସ୍ତଫା ଦେଲେ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୪. ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବସିବା କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
୫. ହାଇତି ରାଷ୍ଟ୍ରପତିଙ୍କୁ ତାଙ୍କ ଘରେ ଅଜଣା ଆତତାୟୀଙ୍କ ଗୁଳିକରି ହତ୍ୟା
୬. ଆଜି ରାଜ୍ୟରେ ୨ ହଜାର ୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୫୯ ମୃତ ଓ ୧୯୨୦ ସୁସ୍ଥ
୭. ଦେଶରେ ଆଜି ନୂଆ ୪୩ ହଜାର ୭୩୩ କରୋନା ଆକ୍ରାନ୍ତ ଚିହ୍ନଟ, ୪୭ ହଜାର ୨୪୦ ସୁସ୍ଥ ଓ ୯୩୦ ମୃତ
୮. କଟକ ଏସସିବି ମେଡିକାଲରେ ଲାଗିବ ୯ଟି ଏକମୋ ମେସିନ, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ
୯. କୋଭିଡ ମୃତ୍ୟୁ ସଂଖ୍ୟା ନେଇ ଦ୍ୱନ୍ଦ୍ୱ ଦୂର କଲେ ସ୍ୱାସ୍ଥ୍ୟ ଏସିଏସ୍, କହିଲେ ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି, ତାହା ବର୍ତ୍ତମାନର କି ଗତକାଲିର ନୁହେଁ, କୋଭିଡ ମୃତ୍ୟୁ ୩ ଥାକିଆ ଅଡିଟ୍ କମିଟି ଦ୍ୱାରା ସ୍ଥିର ହୋଇଥାଏ
୧୦. ଚା’ ଦୋକାନୀଙ୍କ ନାବାଳକ ପୁଅକୁ ମାଡ଼ ଘଟଣାରେ ୨ ହୋମଗାର୍ଡ଼କୁ ବହିଷ୍କାର

Comments are closed.