ରାତି ୮ଟା – ମୁଖ୍ୟ ଖବର

–ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ଏବଂ ଏହା ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ। ମୋଟ ୮ ଟି କାର୍ଯ୍ୟଦିବସ ରହଛି । ଏ ନେଇ ବିଧିବଦ୍ଧ ଭାବେ ବିଧାନସଭା କାର୍ୟ୍ୟାଳୟ ପକ୍ଷରୁ ବଜ୍ଞପ୍ତି ପ୍ରକାଶ ପାଇଛି।

–ପେଟ୍ରୋଲ ଓ ଡିଜେଲ ଦର ନ କମିବାର କାରଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ୟୁପିଏ ସରକାର ତେଲଦର କମାଇବାକୁ ଅଏଲ ବଣ୍ଡ କରିଥିଲେ। ୧ ଲକ୍ଷ ୪୪ହଜାର କୋଟିର ଅଏଲ ବଣ୍ଡ କରିଥିଲେ ଉପା ସରକାର।

–ଏଥିପାଇଁ ଗତ ୫ ବର୍ଷରେ ସରକାର ୭୦ହଜାର କୋଟି ସୁଧ ଦେଲେଣି। ସୁଧ ଛଡ଼ା ଆହୁରି ୧ ଲକ୍ଷ ୩୦ହଜାର କୋଟି ମୂଳ ଦେୟ ପଡ଼ି ରହିଛି। ଯଦି ଅଏଲ ବଣ୍ଡ ବୋଝ ନ ଥାନ୍ତା, ତାହେଲେ ଆମେ ଟିକସ କମାଇ ପାରିଥାନ୍ତୁ।

–ଭୁବନେଶ୍ବରରରେ ନକଲି ସିମେଣ୍ଟ କାରବାର ଉପରେ ଚଢ଼ାଉ, ଜଣେ ଅଟକ। ତମାଣ୍ଡୋ ଭଗବାନ ପୁର ଅଞ୍ଚଳରେ ଠାବ ହେଲା ନକଲି ସିମେଣ୍ଟ ଗୋଦାମ।

–ଖରିଫଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ୭ଦିନ ବୃଦ୍ଧି। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା। ଏ ଯାଏଁ ୧୦ଲକ୍ଷ ୧୪ହଜାର ୭୩୫ଜଣ ଚାଷୀ ପଞ୍ଜୀକରଣ କଲେଣି।

–ଜରୁରୀ ପୁଲିସ ସେବା ପାଇଁ ଏଣିକି ଡାଏଲ ୧୧୨। ୧୦୦ ବଦଳରେ ୧୧୨ ଡାଏଲ କରିବାକୁ ପରାମର୍ଶ

–୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

–ଟିଏମ୍‌ସିରେ ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ। ସୋମବାର ସକାଳେ କଂଗ୍ରେସରୁ ଇସ୍ତଫା ଦେବା ପରେ ଅପରାହ୍ନରେ ସେ ଟିଏମ୍‌ସିରେ ସାମିଲ ହୋଇଛନ୍ତି । ସୁସ୍ମିତା ଦେବ କଂଗ୍ରେସ ଦଳର ମହିଳା ୱିଙ୍ଗର ସଭାପତି ଥିଲେ

–ଡିଜିପିଙ୍କ ନିକଟରେ ଛତିଶିଗଡର ୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

–ବାଲେଶ୍ବର ଜିଲା ଜଳେଶ୍ୱର ମାର୍କେଟରୁ ପ୍ରାୟ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

–ଆଫଗାନ ଆକାଶ ସୀମା ଏଡାଇଯିବାକୁ ସମସ୍ତ ବିମାନ ଚାଳକଙ୍କୁ ସତର୍କ ସୂଚନା ଜାରି

–ଇଣ୍ଡିଆଲ୍ ଆଇଡଲ୍‌ ସିଜନ୍‌-୧୨: ବାଜି ମାରିଲେ ପୱନ

–ଅନ୍‍ ଲାଇନରେ ଆସିଥିବା ରେଫ୍ରିଜେରେଟର ଭିତରୁ ମିଳିଲା ୯୬ ଲକ୍ଷ ଟଙ୍କା

–ଦେଶରେ ୨୪ ଘଣ୍ଟାରେ ଆଉ ୩୨,୯୩୭ନୂଆ କରୋନା ସଂକ୍ରମିତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୫,୫୧୩କୁ ବୃଦ୍ଧି। ଆଉ ୪୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୩୧,୬୪୨ ; ମୃତ୍ୟୁହାର ୧.୩୪%

–ଦିନକରେ ଆଉ ୩୫,୯୦୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୪,୧୧,୯୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ସୁସ୍ଥତା ହାର ୯୭.୪୮%

–ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୧,୯୪୭ ; ସକ୍ରିୟ ଆକ୍ରାନ୍ତଙ୍କ ହାର ୧.୧୯%। ୨୪ ଘଣ୍ଟାରେ ୧୧,୮୧,୨୧୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୪୮,୦୫,୬୫୨ ନମୁନା ପରୀକ୍ଷା କରାଯାଇଛି

–ଦିନକରେ ୧୭,୪୩,୧୧୪ ଟିକା ନେଇଥିବା ବେଳେ ଏଯାଏଁ ୫୪,୫୮,୫୭,୧୦୮ ଟିକା ନେଇ ସାରିଛନ୍ତି

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ସମ୍ବଲପୁର ଜିଲାରୁ ସର୍ବାଧିକ ୧୨; ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୯୫୩

–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ ;  ସଂଗରୋଧରୁ ୫୦୭ ଏବଂ ସ୍ଥାନୀୟ ସଂକ୍ରମିତ ୩୬୧

–ରାଜ୍ୟରେ ଦିନକ ମଧ୍ୟରେ ୧୦୪୩ ସୁସ୍ଥ ହୋଇଥିବାବେଳେ ମୋଟ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୯୭୮୨୪୦। ସଂପ୍ରତି ରାଜ୍ୟରେ ୧୦୧୮୭ ଜଣ ସକ୍ରିୟ ସଂକ୍ରମିତ

–କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ; ତିନି ଦଶନ୍ଧିର ସମ୍ପର୍କ ତୁଟାଇଲେ

–‘ବିନା ବାଧାରେ ତାଲିବାନଙ୍କର କାବୁଲ ଦଖଲ ଆମେରିକା ଇତିହାସରେ ଅନ୍ୟତମ ସର୍ବବୃହତ ପରାଜୟ ଭାବେ ରହିବ’। ଆଫଗାନ ପ୍ରସଙ୍ଗରେ ବାଇଡେନଙ୍କ ଇସ୍ତଫା ଦାବି କଲେ ଡୋନାଲଡ ଟ୍ରମ୍ପ

–ଆମେରିକା ସୈନ୍ୟଙ୍କ ସୁରକ୍ଷା ଘେରରେ କାବୁଲ ବିମାନ ବନ୍ଦର। ଆଫଗାନ ନାଗରିକ ଦେଶ ଛାଡିବାକୁ ସୁଯୋଗ ଦେବା ପାଇଁ ତାଲିବାନକୁ ୬୫ ରାଷ୍ଟ୍ରଙ୍କ ଅନୁରୋଧ

Comments are closed.