ରାତି ୮ – ମୁଖ୍ୟ ଖବର

ଏ ବର୍ଷ ମଧ୍ୟ ବୋଲବମ୍‌ରେ ରୋକ ଲଗାଇଲେ ସରକାର। ଗତବର୍ଷ ଭଳି ଏ ବର୍ଷ ବି ବୋଲବମ ଉପରେ ଲାଗିଲା କଟକଣା। ବୋଲବମ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦେଶନାମା ଜାରି।

କରୋନା ପାଇଁ ବୋଲବମ ଉପରେ କଟକଣା ଲଗାଇଲେ ସରକାର। କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡ଼ିଆ। ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କାଉଡ଼ିଆ। ପାଣି ନେଇ କାଉଡ଼ିଆମାନେ କୌଣସି ଶିବ ମନ୍ଦିରକୁ ଯାଇପାରିବେନି।

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ଗୋଟି ପହଣ୍ଡି। ଏହାପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି। ଦିବ୍ୟ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଅନୁମତି ଦେଲେ ରାଜ୍ୟ ସରକାର। ଜୁନିୟର କଲେଜ ଚାହିଁଲେ ସିଟ ବଢ଼ାଇବା ନେଇ ଆବେଦନ କରିପାରିବେ। ସିଟ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ ପାଇଁ ନିର୍ଦେଶ। ସାମ୍ସ ଅନ୍‌ଲାଇନ ଜରିଆରେ ଆବେଦନ କରିହେବ।

ଏଥର ୫ଲକ୍ଷ ୬୨ ହଜାର ୧୦ଜଣ ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି। ରାଜ୍ୟରେ ଅଛି ୪ଲକ୍ଷ ୪୩ହଜାର ୩୫୪ ଯୁକ୍ତ ଦୁଇ ପାଠ୍ୟକ୍ରମ ସିଟ।

ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖ ୫ଶହ ମିଟର ଦୂରତାରେ ୧୪୪ ଧାରା ଜାରି। ଆଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ୧୪୪ ଧାରା ଜାରି ନେଇ ଏସଡିପିଓଙ୍କ ସୂଚନା। ଦାୟିତ୍ବରେ ରହିବେ ୩ ପ୍ଲାଟୁନ ଫୋର୍ସ ଓ ୨୦ ଅଫିସର।

ବାରିପଦା: ବଜ୍ରପାତରେ ୩ ନାବାଳକ ମୃତ। ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁରେ ଅଘଟଣ। ୩ ନାବାଳକ ଛେଳି ଚରାଇବାକୁ ଯାଇଥିବାବେଳେ ବଜ୍ରପାତ। ବର୍ଷା ହେବାକୁ ଗଛ ତଳେ ଆଶ୍ରୟ ନେଇଥିଲେ ୩ଜଣ।

ଗଛ ଉପରେ ବଜ୍ର ପଡ଼ିବାରୁ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ। ୩ ନାବାଳକ ସହ ୧୮ଟି ଛେଳି ମଧ୍ୟ ମରିଯାଇଥିବା ସୂଚନା

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପର ଲେଜର ସ୍କାନିଂ।

ନିଆଁରେ ପୋଡ଼ି ହୋଇ ପାରଲାଖେମୁଣ୍ଡି ଏସିଏଫଓଙ୍କ ମୃତ୍ୟୁ। ଦୁର୍ଘଟଣା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ, ତଦନ୍ତ ଜାରି

ନିଟ ୟୁଜି ପାଇଁ ଆଜିଠାରୁ ଅନ୍‌ଲାଇନରେ ଆବେଦନ ଆରମ୍ଭ। ଏନ୍‌ଟିଏ ୱେବସାଇଟରେ ଆବେଦନ କରିପାରିବେ ଛାତ୍ରଛାତ୍ରଛାତ୍ରୀ। ସେପ୍ଟେମ୍ବର ୧୨ରେ ୧୯୮ଟି ସହରରେ ହେବ ପରୀକ୍ଷା।

ଭାରତୀୟ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା। ଆଜି କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନସିଂରେ କଥା ହୋଇଛନ୍ତି। ଏଥିରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳି ସାମିଲ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସମେତ କ୍ରୀଡ଼ା ବିଭାଗର ଅଧିକାରୀ ଉପସ୍ଥିତ।

ଏହି ଅବସରରେ ଓଡ଼ିଶାର ଖେଳାଳି ଦୂତି ଚାନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥା ହୋଇଥିଲେ। ଟୋକିଓ ଅଲିମ୍ପିକ୍ସରେ ଦୂତି ଚାନ୍ଦ(ସ୍ପ୍ରିଣ୍ଟର) ୧୦୦ ଓ ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବେ।

ଟୋକିଓ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଦେଶ ପାଇଁ ଅଲିମ୍ପିକ୍ସ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଆହ୍ବାନ ଦେଇଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ପ୍ରସ୍ତୁତି ଓ ସମସ୍ୟା ସମ୍ପର୍କରେ ପଚାରିଥିଲେ।

–ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକ। ଦେଶରେ କରୋନା ମହାମାରୀର ୨ୟ ତରଙ୍ଗ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି।  ଏହାସହ ୩ୟ ତରଙ୍ଗର ଆଶଙ୍କା ମଧ୍ୟ କରାଯାଉଛି। 

୩ୟ ତରଙ୍ଗର ଆଶଙ୍କା ମଧ୍ୟରେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି।  ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର-ପୂବାଞ୍ଚଳର ୮ଟି ରାଜ୍ୟ ମୁଖ୍ୟମନ୍ତ୍ରୀ ଆସାମ,ମେଘାଳୟ,ମଣିପୁର,ମିଜୋରାମ,ସିକିମ,ତ୍ରିପୁରା, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ ଯୋଗେ ଆଲୋଚନା କରିଛନ୍ତି।

–କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସହ ମୋଦୀ କହିଛନ୍ତି , କରୋନାର ଭିନ୍ନ ରୂପ ରହିଛି , ତେଣୁ ପ୍ରତ୍ୟେକ ଭାରିଆଣ୍ଟ ଉପରେ ନଜର ରଖିବା ନିତ୍ୟାନ୍ତ ଆବଶ୍ୟକ।

–ଚାଲିଗଲେ ୮୩ର ଅନ୍ୟତମ ତାରକା ଯଶପାଲ ଶର୍ମା। ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅନ୍ୟତମ ତାରକା ଯଶପାଲ ଶର୍ମାଙ୍କର ମଙ୍ଗଳବାର ହୃଦଘାତରେ ପରଲୋକ ଘଟିଛି। 

ଇରାକର ନସିରିୟାରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକେ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୁଲିସ ପକ୍ଷରୁ ଏହି ଖବର ମିଳିଛି

–ଏରାଷ୍ଟ୍ରାୟତ୍ତ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ପୁଞ୍ଜି ପ୍ରତ୍ୟାହାରକୁ ଅର୍ଥନୈତିକ ବ୍ୟାପାର ପ୍ରସଙ୍ଗରେ ଗଠିତ କ୍ୟାବିନେଟ କମିଟି (ସିସିଇଏ) ଅନୁମୋଦନ କରିଛି।

–ଏଲଆଇସିରୁ କେତେ ପରିମାଣରେ ପୁଞ୍ଜି ପ୍ରତ୍ୟାହାର ହେବ ସେ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଗଠିତ ଏକ କମିଟି ନିଷ୍ପତ୍ତି ନେବେ।

ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡା ମସିନ୍ତା ଜଙ୍ଗଲ ମଧ୍ୟରୁ ଗତକାଲି ଏକ ୫ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି।

ଓଡ଼ିଶାରେ ଗତକାଲି ଗୋଟିଏ ଦିନରେ ୧୯୩୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୧୭ ଓ ସ୍ଥାନୀୟ ସଂକ୍ରମିତ ୮୧୩। ୨୪ ଘଣ୍ଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୧୭

ଦେଶରେ ଚିହ୍ନଟ ହେଲେ ୩୧,୪୪୩ ନୂଆ ଆକ୍ରାନ୍ତ। ଆରୋଗ୍ୟହାର ୯୭.୨୮%। ୪,୩୧,୩୧୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଜନସନ ଆଣ୍ଡ ଜନସନ କୋଭିଡ ଟିକା ଯୋଗୁ ପକ୍ଷାଘାତ ହୋଇପାରେ: ଏଫଡିଏର ସତର୍କ ସୂଚନା

ଆଫଗାନିସ୍ତାନରେ କମାଣ୍ଡ ହସ୍ତାନ୍ତର କଲେ ଆମେରିକାର ସେନା ଜେନେରାଲ; ଆଫଗାନ ସହର ଘଜନିକୁ ଘେରି ରହିଛନ୍ତି ତାଲିବାନ ଆତଙ୍କି

ମେହୁଲ ଚୋକ୍ସିଙ୍କୁ ଅନ୍ତରୀଣ ଜାମିନ; ସ୍ୱାସ୍ଥ୍ୟଗତ କାରଣରୁ ଡୋମିନିକା ହାଇକୋର୍ଟ ଜାମିନ ମଞ୍ଜୁର କଲେ

 

Comments are closed.