ରାତି ୮ଟା – ମୁଖ୍ୟ ଖବର

– ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ତୃତୀୟ ଲହର ମୁକାବିଲା ନେଇ ଏକ ଏସ୍‌ଓପି ପ୍ରସ୍ତୁତ ହୋଇଛି- ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ସୂଚନା

– ତୃତୀୟ ଲହରରେ ଛୋଟ ପିଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ନବ ନିର୍ମିତ କୋଭିଡ ହସ୍‌ପିଟାଲରେ ଛୋଟ ପିଲାଙ୍କ ପାଇଁ ୱାର୍ଡ ବ୍ୟବସ୍ଥା ରହିଛି

– ପୁରୀକୁ ଉଡିବ ବିମାନ। ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବ।  ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।ସବୁକିଛି ଠିକଠାକ ରହିଲେ ଏହି ସମୟରୁ ବିମାନ ଉଡିବାର ସମ୍ଭାବନା ଅଧିକ-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା

–ପ୍ରେସ ରିଲିଜରେ ମାଓ ସଂଗଠନ ପକ୍ଷରୁ ମାଓ ସଂଗଠନ ପକ୍ଷରୁ ମାଓ ମୃତ୍ୟୁ ନେଇ ତଥ୍ୟ। ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୃତ୍ୟୁ-ମାଓ ସେଣ୍ଟ୍ରାଲ କମିଟି। ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀ ମୃତ। ବର୍ଷକ ଭିତରେ କେବଳ ୩୦ ମହିଳା ମାଓବାଦୀଙ୍କ ମୃତ୍ୟୁ ସୂଚନା

– ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି। ରବିବାର ଡେରାଡୁନ ସ୍ଥିତ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି।

–ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ପୁଷ୍କର ସିଂହ ଧାମିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

–ଶପଥ ଗ୍ରହଣ ସମାରୋହରେ ଉତ୍ତରାଖଣ୍ଡ ସରକାରଙ୍କ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ପରୀକ୍ଷାଫଳ ଅପେକ୍ଷାରେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

–ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଡାକ୍ତରଖାନାରେ ଭର୍ତ୍ତି, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଯୋଗୀ ଆଦିତ୍ୟନାଥ। ଶରୀର ଅଚାନକ ଭାବେ ଫୁଲିବାରୁ ତାଙ୍କୁ ଶନିବାର ରାତିରେ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

–ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ। ପରୀକ୍ଷାଫଳ ଅପେକ୍ଷାରେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

–ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ସେଠୀଙ୍କୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି

–ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୧୭ ମୃତ, ୪୦ ଉଦ୍ଧାର

–ଦେଶରେ ୨୪ ଘଣ୍ଟାରେ ଆଉ ୪୩,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୫,୪୫,୪୩୩କୁ ବୃଦ୍ଧି। ଦିନକରେ ଆଉ ୫୨,୨୯୯ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୬,୫୮,୦୭୮ ସୁସ୍ଥ। ୪,୮୫,୩୫୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ଆଉ ୯୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୦୨,୦୦୫

–ଆସନ୍ତା ୨୦୨୨-୨୩ରୁ ପୁରୀରେ ଉଡିବ ବିମାନ ; ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସବୁ ଠିକଠାକ ଚାଲିଲେ ପୁରୀରୁ ଉଡିବା ସମ୍ଭାବନା ଉଜ୍ଜ୍ୱଳ ବୋଲି କହିଲେ

–କେନ୍ଦ୍ରାପଡା : ସଉଦା କିଣି ଫେରୁଥିବା ବେଳେ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ, ଜଣେ ଅଟକ

–ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୬୫୨ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧୮, କଟକ ଜିଲାରୁ ସର୍ବାଧିକ। ରାଜ୍ୟରେ ମୋଟ କରୋନା ସଂକ୍ରମଣ ୯୨୨୮୯୬କୁ ବୃଦ୍ଧି

–ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର ପ୍ରାଣହାନି ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି

–କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି

–୧୨ରେ ଲଘୁଚାପ, ୧୩ରୁ ବର୍ଷା

–ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ସେ ଆମାଜିନ୍‌ର ମୁଖ୍ୟ ଜେଫ୍‌ ବେଜାସ୍‌ଙ୍କ ମହାକାଶ ଅଭିଯାନରେ ତାଙ୍କର ସାଥୀ ହେବେ ବୋଲି ଜଣାପଡ଼ିଛି

Comments are closed.