ରାତି ୮ଟା – ମୁଖ୍ୟ ଖବର

–ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି

–ବିଶ୍ୱରେ ଖାଦ୍ୟ ମୂଲ୍ୟ ବୃଦ୍ଧି ଚିନ୍ତାଜନକ ହୋଇଛି: ଆଇଏମଏଫ

–ଡାକ୍ତରଖାନା କର୍ମଚାରୀ ବିକି ଦେଲେ କରୋନା ଟିକା! ଆନନ୍ଦପୁର ଶାଳଣିଆରୁ ଆସିଛି ଏଭଳି ଅଭିଯୋଗ। ତଦନ୍ତ ପାଇଁ ମେଡ଼ିକାଲ ଅଫିସରଙ୍କ ପ୍ରତିଶ୍ରୁତି

–ଗଞ୍ଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଅଘଟଣ। ମାଟି ଅତଡ଼ା ଧସି ଚାପି ହୋଇଗଲେ ଶ୍ରମିକ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ଧସିଲା ମାଟି। ରାସ୍ତାକାମ ଚାଲିଥିବାବେଳେ ମାଟି ଅତଡ଼ା ଧସିଲା।

–ମାଟି ଅତଡ଼ା ତଳେ ଚାପି ହୋଇଗଲେ ୪ ଶ୍ରମିକ। ୩ ଗୁରୁତର। ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର

–ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟ ପହିଲାରୁ ପିଲାଙ୍କୁ ମିଳିପାରେ କରୋନା ଟିକା। ଟିକାକରଣ ପାଇଁ ‘ଜାଇକୋଭ-ଡି’ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଜାଇଡସ କାଡ଼ିଲାର କୋଭିଡ ଟିକା ‘ଜାଇକୋଭ-ଡି’।

–ବିଜେଡି ମହିଳା ସଂଗଠନର ରାଜ୍ୟସ୍ତରୀୟ ପରାମର୍ଶଦାତା ତଥା ଉପଦେଷ୍ଟା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତି

–ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ନୃଶଂସ ହତ୍ୟା, ଅଭିଯୁକ୍ତ ଅଟକ

–ଦିନକରେ ଦେଶରେ ୫୭,୯୪୪ କରୋନା ଆକ୍ରାନ୍ତ ସୁସ୍ଥ, ୫୦୦୪୦ ଆକ୍ରାନ୍ତ ଓ ୧୨୫୮ ମୃତ

–ରାଜ୍ୟରେ ଦିନକରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ୩୯ ମୃତ

–ଆସନ୍ତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ; ଏହାପରେ ଶ୍ରୀଅଙ୍ଗରେ ଲାଗିବ ଫୁଲୁରି ତେଲ

–‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଡା. ଗୁରୁପ୍ରସାଦ ମହାପାତ୍ରଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶବାସୀଙ୍କୁ ଅମ୍ଳଜାନ ପହଞ୍ଚାଇବାରେ ଗୁରୁପ୍ରସାଦ ମହାପାତ୍ରଙ୍କ କାର୍ଯ୍ୟ ଅତୁଳନୀୟ।

–କରୋନା ବିରୋଧୀ ଦେଶର ଲଢ଼େଇରେ ଶାସନ, ପ୍ରଶାସନ, ଡ଼ାକ୍ତର ଏବଂ ଅନ୍ୟ ସମସ୍ତ ଲୋକମାନେ ନିଜ ନିଜ ସ୍ତରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି
– ଜୁଲାଇ ୧୨ରୁ ୧୮ ବର୍ଷଙ୍କ ପାଇଁ ମିଳିବ ଜାଇଡସ କାଡିଲା ଟିକା, କ୍ଲିନିକାଲ ପରୀକ୍ଷା ଶେଷ

–ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ, ପ୍ରଥମ ଥର ପାଇଁ ବ୍ୟବହାର ହୋଇଛି ଡ୍ରୋନ୍

– ଶିଶୁଙ୍କ ଲାଗି କୋଭିଡ ଟିକା ନେଇ ବଢ଼ିଲା ଆଶା, ଦୁଇ ମାସରେ ଆରମ୍ଭ ହେବ କୋଭାଭାକ୍ସର ପରୀକ୍ଷଣ

–ଉତ୍ତରପ୍ରଦେଶରେ ଏକାକି ନିର୍ବାଚନ ଲଢିବ ବିଏସପି, ଏଆଇଏମଆଇଏମ ସହିତ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟକଲେ ମାୟାବତୀ

Comments are closed.