ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଆଜି ରଥ ଉପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅଧର ଉଚ୍ଚାର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି। ଅଶରୀରିମାନଙ୍କ ଉଦ୍ଧାର ପାଇଁ ଶ୍ରୀଜୀଉଙ୍କ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି।

–ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତି ପାଇଛନ୍ତି।

–ଗୁରୁବାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ୪ ବର୍ଷ ପାଇଁ ତାଙ୍କୁ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।

–କେନ୍ଦ୍ର କ୍ୟାବିନେଟଙ୍କ ବଡ଼ ନିଷ୍ପତ୍ତି, ପ୍ରତିଷ୍ଠା ହେବ ଲଦାଖ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ବ୍ୟୟବରାଦ ୭୫୦ କୋଟି

–କୋଭିଡ ସଂକ୍ରମଣ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା, ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଭୂତାଣୁ, ପ୍ରଥମ ଲହରରେ ଭାଇରସ ମଣିଷ ଦେହରେ ୧୫ ଦିନ ରହୁଥିଲା, ଦ୍ବିତୀୟ ଲହରରେ ଡେଲଟା ଭାଇରସ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି

–ନବ ନିଯୁକ୍ତ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ ନବଜୋତ ସିଂହ ସିଧୁ ଆସନ୍ତାକାଲି କାର୍ଯ୍ୟଭାର ଗ୍ରହଣ କରିବେ

–ସଂସଦରେ ଥମୁନି ପେଗାସସ୍‌ ତାତି, ରାଜ୍ୟସଭାରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ରିପୋର୍ଟ ଛଡ଼ାଇ ଚିରି ଫିଙ୍ଗିଦେଲେ ଟିଏମସି ସାଂସଦ ଶାନ୍ତନୁ ସେନ

–ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ, ସିରିଜ ହାତେଇବା ଲକ୍ଷ୍ୟରେ ଭାରତ, ଭାରତ ସିରିଜରେ ୨-୦ରେ ଆଗୁଆ ଅଛି

–ସଂସଦରେ ଥମୁନି ପେଗାସସ୍‌ ତାତି, ରାଜ୍ୟସଭାରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ରିପୋର୍ଟ ଛଡ଼ାଇ ଚିରି ଫିଙ୍ଗିଦେଲେ ଟିଏମସି ସାଂସଦ ଶାନ୍ତନୁ ସେନ

–ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ, ସିରିଜ ହାତେଇବା ଲକ୍ଷ୍ୟରେ ଭାରତ, ଭାରତ ସିରିଜରେ ୨-୦ରେ ଆଗୁଆ ଅଛି

–ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ହୋଇଛି। ଏନେଇ ମରିନ୍‌ ଡ୍ରାଇଭ୍ ଥାନାରେ ପରମବୀରଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଛି।

–ମୁମ୍ବଇରେ ତାଣ୍ଡବ ରଚିଛି ବର୍ଷା। ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ଗୁରୁବାର ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଉମ୍ବରମାଲି ଏବଂ କସାରା ମଧ୍ୟରେ ମୁମ୍ବଇ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି।

–ରାଜସ୍ଥାନରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ବିକାନେର ଜିଲାରେ ଗୁରୁବାର ସକାଳେ ୭ଟା ୪୨ରେ ଭୂକମ୍ପ ଝଟକା ଅନୁଭବ ହୋଇଛି।

–ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ଏହାପୂର୍ବରୁ ଗତକାଲି ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି।

–ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ; ଆଜି ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

–ରାଜ୍ୟରେ ୨୪ ଘଣ୍ଟାରେ ୧୯୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ। ସଂଗରୋଧରୁ ୧୧୨୦ ଏବଂ ସ୍ଥାନୀୟ ସଂକ୍ରମିତ ୮୨୮ ଜଣ। ଦିନରେ ୧୯୪୩ ଜଣ କରୋନା ରୋଗୀ ସୁସ୍ଥ ; ରାଜ୍ୟରେ ସଂପ୍ରତି ୧୯୬୨୩ ଜଣ ସକ୍ରିୟ

–ଓଡ଼ିଶାରେ ଦିନକରେ ୬୭ କରୋନା ରୋଗୀଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ୨୦। ରାଜ୍ୟରେ କରୋନା ଜନିତ ମୃତ୍ୟୁ ୫୩୦୮

–ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିର୍ବାଚନ ସ୍ଲୋଗାନ ‘ଖେଲା ହୋବେ’ ବା ‘ଖେଳ ହେବ’ ନାରାକୁ ଜାତୀୟସ୍ତରରେ ପହଞ୍ଚାଇଛନ୍ତି। ତୃଣମୂଳ କଂଗ୍ରେସର ସହିଦ ଦିବସରେ ମମତା ନିଜ ସମର୍ଥକଙ୍କୁ ଆଭାସି ମାଧ୍ୟମରେ ସମ୍ବୋଧନ କରି ‘ଖେଳ ହେବ’ ନାରାକୁ ଦୋହରାଇଛନ୍ତି।

–ଦେଶରେ ଆଉ ୪୧,୩୮୩ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ। ଦିନକ ମଧ୍ୟରେ ୩୮,୬୫୨ ଜଣ କରୋନାରୁ ସୁସ୍ଥ ; ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୩,୦୪,୨୯,୩୩୯ ଜଣ କରୋନା ରୋଗୀ ସୁସ୍ଥ। ଦେଶରେ ୪,୦୯,୩୯୪ ଜଣ ସକ୍ରିୟ କରୋନା ରୋଗୀ

–ଦେଶରେ ଦୈନିକ ସଂକ୍ରମଣ ହାର ୨.୪୧% ଏବଂ ସାପ୍ତାହିକ ହାର ୨.୧୨%। ଦେଶରେ ୪୫.୦୯ କୋଟି ନମୁନା ପରୀକ୍ଷା। ଦେଶରେ କରୋନରୁ ଆରୋଗ୍ୟ ହାର ୯୭.୩୫%। ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୪୧.୭୮ କୋଟି ପାନ ଟିକା

 

 

 

Comments are closed.