ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ।

–ସକାଳ ୧୦ଟାରୁ ଦିନ ୧..୩୦ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ।

–ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର ୧୫ତାରିଖରୁ ପାଠପଢ଼ା ଆରମ୍ଭ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ।

–ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଏସ୍‌ଓପି ଜାରି ହେବ। ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍କୁଲ ସାନିଟାଇଜେସନ୍ ହେବ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପକ୍ଷରୁ ଆଜି ସୂଚନା ଦେଇଛନ୍ତି।

–ତୃତୟ ଲହର ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଆମର ସର୍ଭିଲାନ୍ସ ଟିମ୍‍ ପ୍ରସ୍ତୁତ ଅଛନ୍ତି। ଟେଷ୍ଟିଂକୁ ବଢାଇବା କାର୍ଯ୍ୟ ଜାରି ରହିଛି। ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି।

–ଟିକା ନିଅନ୍ତୁ ବା ନ ନିଅନ୍ତୁ କି ରୋଗ ଥାଉ କି ନଥାଉ ସମସ୍ତେ କୋଭିଡ କଟକଣା ମାନନ୍ତୁ, କାରଣ କୋଭିଡ ଏବେ ବି ଆମ ପରିବେଶ ଭିତରେ ଘୁରି ବୁଲୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

–ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ(ୟୁଜିସି) କୋଭିଡ-୧୯ ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକର ଶିକ୍ଷାଦାନ ପ୍ରଣାଳୀ ଏବଂ ପରୀକ୍ଷା ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରିଛି।

–୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ। ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଟର୍ମିନାଲ୍‍ ସେମିଷ୍ଟାର ଓ ଶେଷ ବର୍ଷ ପରୀକ୍ଷା ଉଭୟ ଅନ୍‍ଲାଇନ୍‍ କିମ୍ବା ଅଫ୍‍ ଲାଇନ୍‍ ଉପାୟରେ ଆସନ୍ତା ମାସ ୩୧ ତାରିଖ ପୂର୍ବରୁ ଶେଷ ହେବ।

–ପରୀକ୍ଷା ସମୟରେ କୋବିଡ ନିୟମାବଳୀ ଗୁଡ଼ିକର କଡ଼ାକଡ଼ି ପାଳନ କରାଯିବ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ୟୁଜିସି ଜାରି କରିଥିବା ନିର୍ଦ୍ଦେଶାବଳୀର ନିୟମଗୁଡ଼ିକ ଲାଗୁ ହେବ।

–ଇଣ୍ଟରମିଡିଏଟ୍‍ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନଗୁନିକ ସେମାନଙ୍କର ଶିକ୍ଷାଦାନ ଅନ୍‍ଲାଇନ, ଅଫଲାଇନ କିମ୍ବା ଉଭୟ ପଦ୍ଧତିରେ କୋଭିଡ ନିୟମାବଳୀ ସହ ଆରମ୍ଭ କରିପାରିବେ।

–ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ ଆପେକ୍‍ର ନେତାମାନେ କୋଭିଡ-୧୯ର ମୁକାବିଲା ପାଇଁ ପ୍ରତିଷେଧକ ଟିକା ଉତ୍ପାଦନ ଓ ପରସ୍ପର ମଧ୍ୟରେ ବଣ୍ଟନ ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି।

–ସେହି ନେତାମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଓ ଋଷ ରାଷ୍ଟ୍ରପତି ବ୍ଲାଦିମର ପୁତିନ ଅଛନ୍ତି।  କୋଭିଡ ପ୍ରତିଷେଧକ ଟିକା ଉତ୍ପାଦନ ଜ୍ଞାନକୌଶଳକୁ ସ୍ୱେଚ୍ଛାକୃତ ଭାବେ ଅନ୍ୟ ଦେଶମାନଙ୍କୁ ଦେବା ପାଇଁ ଯୋଜନା

–କରୋନା କଟକଣା କାରଣରୁ ଅନେକ ଦିନ ହେବ ବନ୍ଦ ଥିବା କେରଳର ପ୍ରସିଦ୍ଧ ସାବରିମାଲା (ଆୟାପ୍ପା) ମନ୍ଦିର ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଖୋଲିଛି। ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୫ ଦିନ ପୂଜାପାଠ ପାଇଁ ମନ୍ଦିର ଖୋଲା ଯାଇଛି

–କୋଭିଡରୁ ସୁସ୍ଥ ହୋଇଥିବା ୪୦% ରୋଗୀଙ୍କ ଠାରେ ଏବେବି ଲକ୍ଷଣ ରହିଛି ଓ ସେଥିମଧ୍ୟରୁ କ୍ଲାନ୍ତ ଲାଗିବା/ ଦୁର୍ବଳତା ଅନେକଙ୍କଠାରେ ଦେଖାଦେଇଛି- ଡା. ବି ନାଗେଶ୍ୱର ରେଡ୍ଡିଙ୍କ ସୂଚନା

–ପୁଅ ଝିଅଙ୍କୁ ହତ୍ୟା କରି ମାଆର ଆତ୍ମହତ୍ୟା ବିଫଳ । ମା’  ଭାଗ୍ୟ ଲକ୍ଷ୍ମୀ ନିଜର ଝିଅ ବୈଷ୍ଣବୀ(୧୦) , ପୁଅ ଯୁବରାଜ (୪) ବର୍ଷକୁ କୂଅକୁ ଠେଲି ହତ୍ୟା କରିଥିଲା।ନିଜେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେ଼ଷ୍ଟା କରିଥିଲେ ମଧ୍ୟ ଆତ୍ମହତ୍ୟା କରିବାକୁ ସାହସ ପାଇନଥିଲା।

–ଖବର ପାଇ ଘଟଣା ସ୍ଥଳରେ ଜି ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀ ଡ ତିରୁପତି ରାୟ ପଟ୍ଟନାୟକ ଓ ଥାନା ଅଧିକାରୀ ଶ୍ରକାନ୍ତ ଖମାରୀ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛନ୍ତି।

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୨୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୨୪। ଆଉ ୨୩୧୭ କରୋନା ଆକ୍ରାନ୍ତ ସୁସ୍ଥ। ରାଜ୍ୟରେ ୧୪୯୮୮୫୩୧ ନମୁନା ପରୀକ୍ଷା। ମୋଟ ୯୨୫୫୨୬ ସୁସ୍ଥ

–ରାଜ୍ୟରେ ସଂପ୍ରତି ୨୧୫୪୦ ଜଣ ସକ୍ରିୟ ସଂକ୍ରମିତ। ରାଜ୍ୟରେ ଦିନକରେ ୬୭ ଜୀବନ ନେଲା କରୋନା; ଖୋର୍ଦ୍ଧାରୁ ସର୍ବାଧିକ ୨୫ ମୃତ ; ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୯୨

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୦୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଦେଶରେ ୪,୨୪,୦୨୫ ସକ୍ରିୟ ସଂକ୍ରମିତ ; ଏଥିସହିତ ମୋଟ ୩,୦୨,୨୭,୭୯୨ ସୁସ୍ଥ। ଦିନକରେ ୫୬୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ;ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪,୧୩,୦୯୧।

–ଦିନକରେ ଦେଶରେ ୪୨,୧୨,୫୫୭ ପାନ ଟିକା ଦିଆଯାଇଛି ; ଏଥିସହିତ ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୩୯,୯୬,୯୫,୮୭୯ ପାନ ଟିକା ଦିଆଯାଇସାରିଛି

 

 

Comments are closed.