ସନ୍ଧ୍ୟା ୫ଟା – ମୁଖ୍ୟ ଖବର

– ଓଡ଼ିଶାରେ ସଂକ୍ରମଣ କମି ନ ଥିଲେ ବି ପଜିଟିଭିଟି ହ୍ରାସ ପାଉଛି। ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି। କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା

– ଆଉ ୨ ସପ୍ତାହ ତାଲାବନ୍ଦ ଅବଧି ବଢ଼ାଇଲେ ରାଜ୍ୟ ସରକାର। ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ତାଲାବନ୍ଦ

– ସକାଳ ୭ ରୁ ୧୧ଟା ଯାଏଁ ପରିବାପତ୍ର କିଣିବାକୁ ଅନୁମତି ପ୍ରଦାନ

– ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ମଧ୍ୟ କଟକଣା ବୃଦ୍ଧି କରାଯାଇଛି। ବାହାଘରରେ ଏଣିକି ୫୦ ବଦଳରେ ୨୫ ଏକାଠି ହେବେ। ବର, କନ୍ୟା, ପୂଜକ, ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ

ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ରାଉରକେଲାରେ ଗଡ଼ିଲା ‘ସଞ୍ଜୀବନୀ ରଥ’: ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ବିଲ୍‍ ଗେଟ୍ସଙ୍କ ମତ- ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ

-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ; ଘନିଭୂତ ହୋଇ ନେଇପାରେ ବାତ୍ୟାର ରୂପ !

-ଭାରତୀୟ ନୌସେନା ଆରବସାଗରରୁ ସୃଷ୍ଟି ହୋଇଥିବା ତଉକତେ ବାତ୍ୟା କାରଣରୁ ସମୁଦ୍ରରେ ଅନିୟନ୍ତ୍ରିତ ହୋଇ ବୁଡିବାକୁ ଯାଉଥିବା ଜାହଜରୁ ପ୍ରାୟ ୧୪୬ ଜଣଙ୍କୁ ଉଦ୍ଧାର କରିଛନ୍ତି

-ବିଲ୍‍ ଗେଟ୍ସଙ୍କ ମତ- ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ

ସୋନୁ ସୁଦଙ୍କ ନାଁରେ ଚାଲିଛି ନକଲି କୋଭିଡ଼୍-୧୯ ଦାନ ଅଭିଯାନ, ସତର୍କ କରାଇଲେ ଅଭିନେତା

– ଦେଶରେ ଦିନକରେ ୨,୬୩,୫୩୩ କରୋନା ଆକ୍ରାନ୍ତ ଚିହ୍ନଟ ; ୪,୩୨୯ ମୃତ

– ଦେଶରେ ଆଉ ୪ ଲକ୍ଷ ୨୨ ହଜାର ୪୩୬ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨, ଆରୋଗ୍ୟ ହାର ୮୫.୬୦%କୁ ବୃଦ୍ଧି

– ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୩୨୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୮ ହଜାର ୭୧୯, ମୃତ୍ୟୁ ହାର ୧.୧୦%

– ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୫୩ ହଜାର ୭୬୫, ସକ୍ରିୟ ଆକ୍ରାନ୍ତ ହାର ୧୩.୨୯%

– ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ : ଟିକା ନେଲେଣି ୧୮କୋଟି ୪୪ ଲକ୍ଷ ୫୩ ହଜାର ୧୪୯

–ଗତ ୨୬ ଦିନ ମଧ୍ୟରେ ଓଡିଶା ପୁଲିସ ପ୍ରାୟ ୧୫,୯୧୩ ମେଟ୍ରିକ ଟନ ମେଡିକାଲ ଅମ୍ଳଜାନ ଥିବା ୮୬୮ ଟ୍ୟାଙ୍କରକୁ ୧୪ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଇଛି

ରାଉରକେଲାରେ କରୋନା ଶୃଙ୍ଖଳକୁ ଭାଙ୍ଗିବାକୁ ପ୍ରଶାସନର ତିନି ସୂତ୍ର –ପରୀକ୍ଷା , ପୃଥକୀକରଣ ଓ ତଦାରଖ ବ୍ୟବସ୍ଥା

–ରାଜ୍ୟରେ ଦିନକରେ ୧୦ ହଜାର ୩୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬, ମୋଟ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨

– ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୫,୭୭୯ ଓ ସ୍ଥାନୀୟ ଅଞ୍ଚଳରୁ ୪,୫୪୨

–ରାଜ୍ୟରେ ୯ ଜିଲାରୁ ଆଖି ବୁଜିଲେ ୨୨ କରୋନା ଆକ୍ରାନ୍ତ ; ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭ରେ ପହଞ୍ଚିଲା

– ଭାରତୀୟ ଚିକିତ୍ସକ ସଂଘର ପୂର୍ବତନ ସଭାପତିଙ୍କ କୋଭିଡରେ ପରଲୋକ

– ଭାରତରେ ଗୋଟିଏ ଦିନରେ କରୋନା ନେଇଛି ୫୦ ଡାକ୍ତରଙ୍କ ଜୀବନ, ଦ୍ୱିତୀୟ ଲହରରେ ଗଲାଣି ୨୪୪ ଜଣ ଡାକ୍ତରଙ୍କ ଜୀବନ, ପ୍ରଥମ ପର୍ଯ୍ୟାୟ ସଂକ୍ରମଣରେ ୭୩୬ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା

– ଆସନ୍ତା ସପ୍ତାହରୁ କୋୱିନ ପୋର୍ଟାଲ ହିନ୍ଦୀ ଏବଂ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ

ପାଲେଷ୍ଟାଇନର ଗାଜାରେ ହମାସ୍ର ଆକ୍ରମଣ ଘଟଣା: ଇସ୍ରାଏଲର କାର୍ୟ୍ୟାନୁଷ୍ଠାନକୁ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ସମର୍ଥନ
ନିଜ ଦେଶକୁ ରକ୍ଷା କରିବା ପାଇଁ ବେଞ୍ଜାମିନ ନେତନ୍ୟାହୁଙ୍କୁ ଆତଙ୍କବାଦୀଙ୍କ ରକେଟ ମାଡ଼ର କଡ଼ା ଜବାବ ଦେବା ଉଚିତ

– ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ, ଚଳିତ ବର୍ଷର ବିଷୟବସ୍ତୁ

– ସଂଗ୍ରହାଳୟଗୁଡିକର ଭବିଷ୍ୟତ: ପୁନରୁଦ୍ଧାର ଓ ପୁନଃପରିକଳ୍ପନା

– ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ-୧୯ ଟିକା କ୍ଷେତ୍ରରେ କେତେକ ଅଧିକାର ବ୍ୟବସ୍ଥା ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନର ସମର୍ଥନ

– ବିଶ୍ୱର ସମସ୍ତ ରାଷ୍ଟ୍ରକୁ ଆମେରିକା କୋଭିଡ ବିରୋଧୀ ମୁକାବିଲା ନିମନ୍ତେ ଆସନ୍ତା ଛଅ ସପ୍ତାହ ମଧ୍ୟରେ ୮୦ ନିୟୁତ କୋଭିଡ ଟିକା ଯୋଗାଇବ

– ମାହାଙ୍ଗା କଉଡ଼କୋଳରେ ଚୋରା ଲୁହାପଥର ରାକେଟ ସକ୍ରିୟ: କୋଟି କୋଟି ଟଙ୍କାର ଲୁହାପଥର ଚୋରା ଚାଲାଣ, ପ୍ରଶାସନ ନିଷ୍କ୍ରିୟ

Comments are closed.