ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକରେ ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟକୁ ନେଇ ଆଲୋଚନା

–ରାଉରକେଲାରେ ସିକ୍ରେଟ କୋଡ ଦ୍ବାରା ଏଟିଏମରୁ ୩୪ଲକ୍ଷ ଲୁଟ। ଏଟିଏମରେ ଟଙ୍କା ଭର୍ତ୍ତି କଣ୍ଟ୍ରାକ୍ଟ ନେଇଥିବା କର୍ମଚାରୀ ଗିରଫ

–ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାର ଦାୟିତ୍ୱ ୩୦ ଜଣ ନେତାଙ୍କୁ ଦେଇଥିବା ବେଳେ ସେମାନଙ୍କୁ ପରାମର୍ଶ ଓ ପ୍ରସ୍ତାବ ଦେବା ପାଇଁ ଦଳର ୬ ଜଣ ନେତାଙ୍କୁ ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ଦେଇଛନ୍ତି ନିଯୁକ୍ତି

–ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୦ ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକ କରିଛନ୍ତି ନିଯୁକ୍ତ

ଅନୁଗୁଳ-ପ୍ରଶାନ୍ତ ମୁଦୁଲି, ବାଲେଶ୍ବର-ପ୍ରତାପ ଦେବ। ବରଗଡ଼ -ସୁଧୀର ସାମଲ, ଭଦ୍ରକ -ପ୍ରଣବ ବଳବନ୍ତରାୟଙ୍କୁ ନିଯୁକ୍ତି। ଗଞ୍ଜାମ -ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର -ସମୀର ଦାଶ, ଯାଜପୁର-ଅଶୋକ ପଣ୍ଡା; ଝାରସୁଗୁଡ଼ା-ସୁବାସ ସିଂହ, କଳାହାଣ୍ଡି-ନବ ଦାସଙ୍କୁ ନିଯୁକ୍ତି

–କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା-ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଲିକ, କୋରାପୁଟ- ଚନ୍ଦ୍ର ସାରଥି ବେହେରା, ମାଲକାନଗିରି -ଚନ୍ଦ୍ର ସାରଥି ବେହେରା, ବଲାଙ୍ଗିର-ସୁଶାନ୍ତ ସିଂ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ -ଉଷା ଦେବୀଙ୍କୁ ନିଯୁକ୍ତି

–ଦେବଗଡ଼-ସୁଶାନ୍ତ ସିଂ, ଢେଙ୍କାନାଳ -ବିଜୟ ନାଏକ, ଗଜପତି-ଅତନୁ ସବ୍ୟସାଚୀ ନାଏକ, ସୁନ୍ଦରଗଡ଼-ପ୍ରୀତିରଞ୍ଜନ ଘଡାଇ,  ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତୀ ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ- ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାଏକ, ସମ୍ବଲପୁର-ନଳିନୀକାନ୍ତ ପ୍ରଧାନ, ସୋନପୁର-ପ୍ରଦୀପ ଅମାତଙ୍କୁ ନିଯୁକତ

–ରାଉରକେଲାରେ ଅଭିନବ ଉପାୟରେ ଏଟିଏମରୁ ୩୪ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ଗିରଫ

–ଗୋଟିଏ ଦିନରେ ରାଜ୍ୟରୁ ନୂଆ ୩୫୫୪ ଜଣ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୨୦୧୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୨୬; ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯୭୦୬୨କୁ ବୃଦ୍ଧି

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

–ରାଜ୍ୟରେ ମୌସୁମି ବାୟୁ ସ୍ବାଭାବିକ : ୧୨ ଜିଲାରେ ପ୍ରବଳ ବର୍ଷିବ

–ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ପେଟ୍ରୋଲ୍‌ ଲିଟର ଦର ଛୁଇଁଛି ୧୦୦ ଟଙ୍କା

–ଦିଲ୍ଲୀ-ଗୋଆ ରାଜଧାନୀ ଏକ୍ସପ୍ରେସ ମହାରାଷ୍ଟ୍ରରେ ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

–ଡେଲଟା ପ୍ଲସରେ ଏଯାଏଁ ୩ ମୃତ

–ଦେଶରେ ୨୪ ଘଣ୍ଟାରେ ଆଉ ୪୮,୬୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୩,୦୧,୮୩,୧୪୩କୁ ବୃଦ୍ଧି; ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୧୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୪,୪୯୩

–ଦିନକରେ ୬୪,୮୧୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୧,୯୩,୦୮୫ ସୁସ୍ଥ ; ଆରୋଗ୍ୟ ହାର ୯୬.୭୨%; ଦିନକରେ ୬୧,୧୯,୧୬୯ ଟିକା ନେଇଥିବା ବେଳେ ମୋଟ ୩୧,୫୦,୪୫,୯୨୬ ମୋଟ ଟିକା ନେଇ ସାରିଛନ୍ତି। ୫,୯୫,୫୬୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ଅଧିକ କ୍ଷମତାସମ୍ପନ୍ନ ପିନାକ ରକେଟ୍‌ର ସଫଳ ପରୀକ୍ଷଣ

–ପ୍ରି- କ୍ବାର୍ଟର ପର୍ୟ୍ୟାୟ ଆଜିଠାରୁ : ୱେଲ୍‌ସ-ଡେନ୍‌ମାର୍କ, ଇଟାଲୀ-ଅଷ୍ଟ୍ରିଆ ଲଢ଼େଇ

–କୋଭାଭାକ୍ସର ଉତ୍ପାଦନ ଆରମ୍ଭ କଲା ସିରମ୍‌

–ପଶ୍ଚିମବଙ୍ଗର କାସବା ଅଞ୍ଚଳରେ ନକଲି ଟିକାକରଣ ; ନକଲି ଆଇଏଏସ୍‌ ଗିରଫ

–ଟିକାକରଣ ଟପିଲା ୧.୧୧ କୋଟି

Comments are closed.