–ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ।

–ପରୀକ୍ଷାଫଳ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା। ଦଶମ ପରୀକ୍ଷା ଭିତ୍ତିରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି।

–ରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ମାଟ୍ରିକ ନମ୍ବର ଭିତ୍ତିରେ ହେବ। ସେହିପରି ଏକ୍ସ ରେଗୁଲାରଙ୍କ ମାର୍କିଂ ପୂର୍ବଥର +୨ ପରୀକ୍ଷା ଭିତ୍ତିରେ ହେବ।

–ଯେଉଁମାନେ ମାକରେ ସନ୍ତୁଷ୍ଟ ନ ହେବେ, ପରେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ବାଭାବିକ ହେଲାପରେ ସେମାନେ ଅଫଲାଇନରେ ପରୀକ୍ଷା ଦେଇାରିବେ।

–କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା-ଅଧିକ ଖୋଳତାଡ଼ ପାଇଁ ମୁମ୍ବଇ ଗଲା ଏସ୍‌ଟିଏଫ। ମୁମ୍ବଇରେ ଗିରଫ ସୁଦୀପ ମୁଖାର୍ଜୀକୁ ଜେରା କରିବାକୁ ଗଲା ଟିମ। ନକଲି କମ୍ପାନୀ ମାକ୍ସ ରିଲିଫ ହେଲ୍‌ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀ।

–ସୁଦୀପ ମୁଖାର୍ଜୀକୁ ଗିରଫ କରିଛି ମୁମ୍ବଇ ପୁଲିସ, ଏବେ ଜେଲରେ ଅଛି। ସୁଦୀପର ମାକ୍ସ କମ୍ପାନୀରୁ ନକଲି ଔଷଧ ଆଣିଥିଲା କଟକ ସଂସ୍ଥା। ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ଗିରଫ ହୋଇଛି ସୁଦୀପ।

–ଆସାମରେ ଏକ ବଡ ଧରଣର ସୁନା ରାକେଟ ଠାବ ; ଘଣ୍ଟା ଘଣ୍ଟା ତଲାସି ପରେ କାରରୁ ଜବତ ହେଲା ୨୧ କୋଟିର ସୁନା ବିସ୍କୁଟ

–ଆନ୍ଧ୍ରରେ ତାଲାବନ୍ଦ ଜୁନ୍‍ ୩୦ ପର୍ୟ୍ୟନ୍ତ ବଢିଲା

–ଦେଶରେ ୩ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ

–ମେହୁଲ ଚୋକ୍ସିଙ୍କୁ ଜେଲ ପଠାଇଲେ ଡୋମିନିକା ଅଦାଲତ ; ଡୋମିନିକା-ଚାଇନା ଫ୍ରେଣ୍ଡସିପ ହସପିଟାଲରେ ରହିବେ

–ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରୁ ତଳକୁ ଖସିଲେ ଆଦାନି

–ଦେଶରେ ୨୪ ଘଣ୍ଟାରେ ଆଉ ୬୨,୪୮୦ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୬୨,୭୯୩କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୫୮୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୮୩,୪୯୦ରେ ପହଞ୍ଚିଛି

–ଦିନକରେ ଆଉ ୮୮,୯୭୭ ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ୨,୮୫,୮୦,୬୪୭

–୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ; ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇଛି ଡେଲଟା ଭାରିଆଣ୍ଟ

–ଆମ୍ବ କିଲୋ ୨ ଲକ୍ଷ ୭୦ ହଜାର ଟଙ୍କା; ୨ ଆମ୍ବଗଛକୁ ଜଗୁଛନ୍ତି ୪ ଜଗୁଆଳି ଓ ୬ କୁକୁର

–ଅର୍ଥନୈତିକ ଅଭିବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପକାଉଛି ମୂଲ୍ୟ ବୃଦ୍ଧି

–କୋଭିଡ-୧୯ରୁ ସୁରକ୍ଷା ଦେଇପାରିବ ସାଧାରଣ ଥଣ୍ଡା ରୋଗର ଭୂତାଣୁ

–‘ହୁ’ର ଉଦବେଗ: ଆତ୍ମହତ୍ୟା ମୁହାଁ ହେଉଛି ବିଶ୍ୱ, ଶହେରୁ ଜଣେ କରୁଛନ୍ତି ଆତ୍ମହତ୍ୟା

–ଓଡ଼ିଆ ହକି ଖେଳାଳିଙ୍କୁ ଉପେକ୍ଷା, ଅଲିମ୍ପିକ୍‌ସ ପାଇଁ ଜାତୀୟ ଦଳରେ ମାତ୍ର ଜଣେ ସାମିଲ

–ୱିମ୍ବିଲଡନ୍‌ ଓ ଅଲିମ୍ପିକ୍‌ସରୁ ଓହରିଲେ ନାଦାଲ

–ଦୁଇଥର ଅଲିମ୍ପିକ୍‌ସ ଖେଳିବାକୁ ଯାଉଛନ୍ତି ଓଡ଼ିଆ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌

–ରାଜ୍ୟରେ ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ ; ଏନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି, ପରୀକ୍ଷା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି, ପରୀକ୍ଷା ଅନଲାଇନରେ ହେବା ସହ ଏହାର ତାରିଖ ସମ୍ପୃକ୍ତ ୟୁନିଭର୍ସିଟି ସ୍ଥିର କରିବେ

–୨୪ ଘଣ୍ଟାରେ ରାଜ୍ୟରେ ୩୮୦୬ ନୂଆ ସଂକ୍ରମିତ; ସଂଗରୋଧରୁ ୨୧୭୨ ଓ ସ୍ଥାନୀୟ ସଂକ୍ରମିତ ୧୬୩୪

–ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

Comments are closed.