ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ରାଜ୍ୟରେ ସମସ୍ତ ଜିଲାରେ ତାଲାବନ୍ଦ ଆଂଶିକ ଭାବେ ୧୪ ଦିନ ପାଇଁ କୋହଳ ଘୋଷଣା ; ୧୭ ଜୁନ ସକାଳ ୫ଟାରୁ ଜୁଲାଇ ୧ ସକାଳ ୫ଟା ଯାଏଁ ଏହି ତାଲାବନ୍ଦ ଲାଗୁ

–ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ ଜାରି

–ଝାରସୁଗୁଡା,ବରଗଡ,ଦେବଗଡ,ନୂଆପଡା,ସୁବର୍ଣ୍ଣପୁର,ଗଜପତି,ବଉଦ,କୋରାପୁଟ, ନବରଙ୍ଗପୁର,ମାଲକାନଗିରି,ରାୟଗଡାରେ ସକାଳ ୬ଟାରୁ ୫ଟା ଯାଏଁ ଦୋକାନ ଖୋଲା ରହିବ ମଲ୍‍, ଜିମ,ସେଲୁନ,ସ୍ପା ଆଦି ପୂର୍ବପରି ବନ୍ଦ ରହିବ ;

–ଖୋର୍ଦ୍ଧା,ନୟାଗଡ,କେନ୍ଦ୍ରାପଡା,ଜଗତସିଂହପୁର,ଯାଜପୁର,ଅନୁଗୁଳ,ଢେଙ୍କାନାଳ,ଭଦ୍ରକ,ମୟୁରଭଞ୍ଜ, କେନ୍ଦୁଝର, କଟକ,ପୁରୀ, ବାଲେଶ୍ୱର, ଏ ସମସ୍ତ ଜିଲାରେ ସକାଳ ୬ ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ; ଏଠାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ

–ଉଠା ଦୋକାନୀ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ

–ପୂର୍ବଭଳି ସପ୍ତାହନ୍ତ ସଟଡାଉନ ସମସ୍ତ ଜିଲାରେ ଜାରି

–ରଜର ଶେଷ ଦିନ : ବସୁମତୀ ସ୍ନାନ

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୬ ଏବଂ ସ୍ଥାନୀୟ ସଂକ୍ରମିତ ୧୫୧୯ ଜଣ

–ରାଜ୍ୟରେ ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

–ପୁଲିସ – ମାଓବାଦୀ ମଧ୍ୟରେ ଗୁଳିବିନିମୟ ; ୫ ମାଓବାଦୀ ମୃତ

–ଦେଶରେ ୨୪ ଘଣ୍ଟାରେ ଆଉ ୬୨ ହଜାର ୨୨୪ ନୂଆ କରୋନା ସଂକ୍ରମିତ ଚିହ୍ନଟ
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୬,୩୩,୧୦୫କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ୨ ହଜାର ୫୪୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯,୫୭୩

–ଦିନକରେ ୧,୦୭, ୬୨୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୩,୮୮,୧୦୦ ସୁସ୍ଥ; ୮,୬୫,୪୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–୮୦ ଜଣଙ୍କୁ ମାରିବା ପରେ ଧରାପଡିଲା ଓସାମା ବିନ୍‍ ଲାଡେନ ; ସେହି କୁଖ୍ୟାତ ଆତଙ୍କି ନୁହେଁ, ଏକ ଭୟାନକ କୁମ୍ଭୀର

–ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ୨ ସନ୍ଦିଗ୍ଧଙ୍କ ସିସିଟିଭି ଚିତ୍ର ପ୍ରକାଶ କଲା ଏନଆଇଏ ; ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ପୁରସ୍କାର

–ଟିକା ନେଇସାରି ଅଧଘଣ୍ଟାଏ ବସ ; କୋଭିଡ କାର୍ୟ୍ୟାନ୍ୱୟନ ଦଳର ମୁଖ୍ୟଙ୍କ ପରାମର୍ଶ

–କୋଲ୍‍ ଇଣ୍ଡିଆ ସରକାରଙ୍କୁ ୧୪୨୬ କୋଟି ଟଙ୍କା ଲାଭାଂଶ ଦେବ

–ଗୋଟିଏ ଦିନରେ ସର୍ବାଧିକ ୨୮ଟି ଚାଇନା ସାମରିକ ବିମାନ ତାଇୱାନ ସୀମା ଲଂଘିଲା

–ଗାଜା ଅଞ୍ଚଳରେ ଇସ୍ରାଏଲର ସାନି ଆକ୍ରମଣ ;ଯୁଦ୍ଧ ବିରତି ଘୋଷଣା ପରବର୍ତ୍ତୀ ସମୟରେ ପ୍ରଥମ କ୍ଷେପଣାସ୍ତ୍ର ମାଡ

–୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ

–କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ: ପାରାଗୁଏ ବିଜୟୀ, ଆର୍ଜେଣ୍ଟିନା-ଚିଲି ମୁକାବିଲା ୧-୧ରେ ଶେଷ

Comments are closed.