ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର। ଧାନ କ୍ବିଣ୍ଟାଲ ପିଛା ଏମ୍‌ଏସପି ୧୯୪୦ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି। ୨୦୨୦-୨୧ରେ ୧୮୬୮ ଥିଲା, ୨୦୨୧-୨୨ରେ ୧୯୪୦ ହେଲା।

–ବାଜରା, ହରଡ଼, ରାଶି, ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ବି ବଢ଼ିଲା। ରାଶି କ୍ବିଣ୍ଟାଲ ୪୫୨, ବିରି ଓ ହରଡ଼ କ୍ବିଣ୍ଟାଲ ୩ଶହ ଟଙ୍କା ବଢ଼ିଲା।

–ବିଭିନ୍ନ ଖାଦ୍ୟଶଯ୍ୟର ମୂଲ୍ୟବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି। କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସୂଚନା।
–ଆଇଏଫ୍‌ଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ। ଗୋଳନ୍ଥରା ଥାନାରେ ହୋଇଥିବା ଠକେଇ ମାମଲାରେ ଜାମିନ।

–ବିଧାୟକ ନିୟମରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ।
–ଗଞ୍ଜାମରେ କୋଭିଡର ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତି। ଆଜିଠାରୁ ସ୍ବତନ୍ତ୍ର ଟିମ ଦ୍ବାରା ଶିଶୁମାନଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ।
–ଶଯ୍ୟାଶାୟୀ ବ୍ୟକ୍ତିମାନଙ୍କୁ ବିଏମ୍‌ସି ପକ୍ଷରୁ ଟିକାକରଣ ଆରମ୍ଭ।

–ଜୀବନ ରକ୍ଷାକାରୀ ଇକମୋ ମେସିନ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା-ଇକମୋ ମେସିନ କିଣିବା ନେଇ ଟେଣ୍ଡର ପ୍ରକ୍ରିୟାର ଆରମ୍ଭ କରାଯାଇଛି।

–କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଇକମୋ ମେସିନ ସ୍ଥାପନ କରାଯିବ। ସିଏସଆର ପାଣ୍ଠି ଜରିଆରେ କ୍ୟାପିଟାଲ ହସପିଟାଲରେ ଲାଗିବ ଇକମୋ।
–କରୋନା ସଂକ୍ରମଣ ସ୍ଥିତି ଦେଖି ଅନଲକ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲାର ସ୍ଥିତି ଓ ସଂକ୍ରମଣ ନେଇ ଜିଲାପାଳମାନଙ୍କ ରିପୋର୍ଟ ଅନୁସାରେ ନିଷ୍ପତ୍ତି।
–୫କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ମାମଲାରେ ୨ ଗିରଫ। ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ପ୍ରଧାନ ଗିରଫ। ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା।

–ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ସମିତି ଓ ଏନଏଚଏମ୍‌ର ଟଙ୍କା ହଡ଼ପ କରି ଧରାପଡ଼ିଲେ। ଏନ୍‌ଏଚ୍‌ଏମ୍‌ର ପିଇଏମ୍‌ଏସ୍‌କୁ ହ୍ୟାକିଂ କରି ଟଙ୍କା ହଡ଼ପ କରିଥିଲେ। ଏଡିଏମ୍‌ଓ ଓ ସିଡିଏମ୍‌ଓ ସିଲ ଡୁପ୍ଲିକେଟ କରି ଇ-ଚେକ ନେଇଥିଲେ।

–ତଦନ୍ତବେଳେ ୩କୋଟି ୩୦ଲକ୍ଷ ଟଙ୍କା ଫ୍ରିଜ କରାଯାଇପାରିଛି। ପୂର୍ବରୁ ସୁବର୍ଣ୍ଣପୁର ଏନଏଚ୍‌ଏମ୍‌ରେ ରାଜକିଶୋର ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିଲେ।

–ସାଇବର ଲୁଟେରାଙ୍କ ପାଖରୁ ଫେରିଲା ୪ଲକ୍ଷ ୩୦ହଜାର ଟଙ୍କା। ସେୟାର ମାର୍କେଟରେ ଟଙ୍କା ଲଗାଇ ଅଧିକ ଲାଭ ମୋହ ଦେଖାଇ ଲୁଟିଥିଲେ।

–କେନ୍ଦ୍ରାପଡ଼ା ଓ ପଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବକଙ୍କୁ ଠକିଥିଲେ ସାଇବର ଠକ। ଯୁବକଙ୍କ ଅଭିଯୋଗ ପରେ ଟଙ୍କା ଉଦ୍ଧାର କଲା ସାଇବର ସେଲ।
–ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟିକା ବ୍ୟବସ୍ଥା।
–ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର-ଅକ୍ଟୋବରକୁ ତୃତୀୟ ଲହର ଆସିପାରେ। ପ୍ରସ୍ତୁତି ଆରମ୍ଭ, ଏବେ ଠାରୁ ଡାକ୍ତରଙ୍କୁ ପ୍ରଶିକ୍ଷଣ-ସ୍ବାସ୍ଥ୍ୟ ନିର୍ଦେଶକ
–ଇସିଏମଓ ଆଣିବାକୁ ଟେଣ୍ଡର ଡକାଯାଇଛି କହିଲେ ଡିଏମ୍‌ଇଟି
–ବଲାଙ୍ଗିରି: ଡାକ୍ତର ବାଚସ୍ପତି ଦାଶ ଚାକିରିରୁ ବହିଷ୍କୃତ। ଗୋପ ମେଡ଼ିକାଲରେ ଅନିୟମିତତା ଅଭିଯୋଗରେ ବହିଷ୍କୃତ

–ସୁବର୍ଣ୍ଣରେଖା ନଦୀ ପାରିହେଲା ବେଳେ ରାଉତରା ପୁର ନଦୀଘାଟ ନିକଟରେ ବୁଡି ଜଣେ ନିଖୋଜ,ଖୋଜିବାକୁ ଯାଇଥିବା ଦମକଲ ବାହିନୀଙ୍କ ଡ଼ଙ୍ଗାର ଯନ୍ତ୍ର ଖରାପ ; ୫ ଘଣ୍ଟା ଧରି ନଦୀ ମଧ୍ୟରେ ଦମକଳ ବାହିନୀ

–ଉତ୍ତରପ୍ରଦେଶ କାନପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଗତକାଲି ରାତିରେ ଏକ ଲୋଡରକୁ ଯାତ୍ରୀବାହୀ ବସ ଧକ୍କା ଦେବା ଫଳରେ ବସଟି ନିୟନ୍ତ୍ରଣ ହରାଇ ଏକ ପୋଲ ତଳକୁ ଖସି ପଡିବା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି

–ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୨୪ ଘଣ୍ଟାରେ ଆଉ ୯୨,୫୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୮୯,୦୬୯କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ହଜାର ୨୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮ରେ ପହଞ୍ଚିଛି

–ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ତାହା ପୁଣି ବୃଦ୍ଧି ପାଇଛି; ଗୋଟିଏ ଦିନରେ ରାଜ୍ୟରୁ ୬୦୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ , ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ; ନୂଆକରି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୩୯୭ ଏବଂ ସ୍ଥାନୀୟ ସଂକ୍ରମିତ ୨୬୨୨ ଜଣ ରହିଛନ୍ତି

–ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୧୨୩ରେ ପହଞ୍ଚିଛି

–ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ଫୁଲବାଣୀ ପୂର୍ତ୍ତବିଭାଗ ରାସ୍ତାର ଝାଡ଼ରଜିଙ୍ଗ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ କାର ପିଟି ହୋଇ ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି

–ମୌସୁମୀର ଆଗମନ, ଲଘୁଚାପ ସୃଷ୍ଟ ସମ୍ଭବନା ; ଆସନ୍ତା କାଲି ଠାରୁ ବର୍ଷା ନେଇ ପୂର୍ବାନୁମାନ

–ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ସେତୁ ନିକଟରେ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ନବ ବର ବଧୂ , ବଡ଼ବିଲରୁ ବଧୂ ନେଇ କଲକାତା ଫେରୁଥିବା ବେଳେ ଦୁର୍ଘଟଣା

–ସୁପ୍ରିମକୋର୍ଟ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ସପକ୍ଷରେ ପ୍ରଧାନ ବିଚାରପତି
ଭାରତକୁ ଫେରିବ ଚିତା ; ଅର୍ଦ୍ଧ ଶତାବ୍ଦୀ ପରେ ଭାରତୀୟ ଭୁଖଣ୍ଡରେ ଦେଖିବାକୁ ମିଳିବ

–ମିଡିଆ ହାଉସ ଖୋଲିବେ ପାକିସ୍ତାନ ଓ ଚୀନ ; ପାଶ୍ଚାତ୍ୟର ସୂଚନା ବିସ୍ତାରବାଦ ନୀତିର କରିବେ ମୁକାବିଲା
ଜାମ୍ମୁ କାଶ୍ମୀରର ଦୁର୍ଗମ ଗ୍ରାମରେ ୧୦୦% ଟିକାକରଣ; ଭାରତରେ ପ୍ରଥମ

–ବୋଡା ବିଦ୍ରୋହୀଙ୍କ ପାଇଁ ୧୬୦ କୋଟିର ପ୍ୟାକେଜ ; ପୁନର୍ବାସ ପ୍ୟାକେଜକୁ ଆସାମ ସରକାରଙ୍କ ଅନୁମୋଦନ

–ଜୁନ ଶେଷସୁଦ୍ଧା ଖୋଲିବ ବନିହାଲ-କାଜିଗଣ୍ଡ୍‍ ଟନେଲ ; ୮.୫ କିଲୋମିଟର ଦୀର୍ଘ ଟନେଲ ଶୀତ ଋତୁରେ ହେବ ଯୋଗାଯୋଗ ଜୀବନରେଖା

–ହାତ ମିଳାଇବା ଆଳରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା

–ଟାଟା ସନ୍ସ ବୋର୍ଡରେ ଯୋଗଦେବେ ନୋଏଲ ଟାଟା ; ରତନ ଟାଟାଙ୍କ ସାବତ ଭାଇ ନୋଏଲ

–କାଳ ହେଲା ‘ମକ୍‌ ଡ୍ରିଲ୍‌’, ଅମ୍ଳଜାନ ନପାଇ ୨୨ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

–ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ, ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ବନ୍ଦ କର

–ଯୁବ ଲେଖକଙ୍କ ପାଇଁ ‘ଯୁବା’ ଯୋଜନା, ୭୫ ଲେଖକଙ୍କୁ ମିଳିବ ୫୦ହଜାର ଲେଖାଏଁ ଭତ୍ତା

–ଘରୋଇ ଡାକ୍ତରଖାନା ପାଇଁ ଟିକା ମୂଲ୍ୟ ଧାର୍ୟ୍ୟ – କୋଭିସିଲ୍ଡ ୭୮୦, କୋଭାକ୍ସିନ ୧୪୧୦ ଓ ସ୍ପୁଟନିକ-ଭି ୧୧୪୫ ଟଙ୍କା

–ବାବା କା ଢାବା ଦେବାଳିଆ; ନୂଆ ରେଷ୍ଟୁରାଣ୍ଟ ବନ୍ଦ

 

Comments are closed.