ସନ୍ଧ୍ୟା ୫ଟା – ମୁଖ୍ୟ ଖବର

– ପିଲାଙ୍କୁ କରୋନା ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲଙ୍କ ସୂଚନା-ପିଲାଙ୍କୁ କରୋନା ସଂକ୍ରମଣ ହେଉ ଥିଲେ ବି ଗୁରୁତର ଅବସ୍ଥାକୁ ନେଉନାହିଁ।
– ଅତି ଅଳ୍ପ କେସରେ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି। କିନ୍ତୁ ଭୂତାଣୁ ତା’ର ରୂପ ବଦଳାଉଛି, ପରିସ୍ଥିତି ବଦଳିପାରେ।
– ପିଲାଙ୍କୁ ସାଧାରଣତଃ ଦୁଇଟି କ୍ଷେତ୍ରରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମତଃ ସାଧାରଣ ରୋଗୀଙ୍କ ଭଳି ସଂକ୍ରମଣ ହେଉଥିବା ଦେଖାଯାଉଛି।

– କରୋନାରୁ ସୁସ୍ଥ ହେଲା ପରେ ୨ରୁ୬ ସପ୍ତାହ ପରେ ପୁଣି ସମସ୍ୟା ଉପୁଜୁଛି। ଏଥିପ୍ରତି ସତର୍କ ରହିବା, କୋଭିଡ ନିୟମ ମାନିବା ଉଚିତ

– ମିଶ୍ରଣ ଟିକା ବା କକ୍‌ଟେଲ୍‌ ଟିକା ସମ୍ପର୍କରେ ଡାକ୍ତର ଭି.କେ. ପଲଙ୍କ ମନ୍ତବ୍ୟ। ଦେଶବିଦେଶରେ ଏବେ କକଟେଲ ଟିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏହାକୁ ନେଇ ଆମ ବୈଜ୍ଞାନିକମାନେ ଅନୁମତି ଦେଇନାହାନ୍ତି।

– ଯେଉଁ ଟିକା ପ୍ରଥମ ପାନ ନେଇଛନ୍ତି, ସେହି ଟିକା ଦ୍ବିତୀୟ ପାନ ନେଇଛନ୍ତି। ଆଦୌ ଟିକା ମିଶ୍ରଣ କରନ୍ତୁ ନାହିଁ, ଏହା ବୈଜ୍ଞାନିକ ଅନୁମତି ନାହିଁ

– ରାଜ୍ୟ ସକରାରଙ୍କ ବିଶ୍ବସ୍ତରୀୟ ଟିକା ଟେଣ୍ଡରକୁ ଟିକା ଉତ୍ପାଦନକାରୀଙ୍କ ଅନାଦର। ବିଡିଂକୁ ଆସିଲେନି ଉଭୟ ସେରମ ଓ ଭାରତ ବାୟୋଟେକ୍‌। କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ମନ୍ତ୍ରୀ ନବ ଦାସଙ୍କ ଚିଠିରୁ ମିଳିଲା ସୂଚନା
– ଟିକା ଯୋଗାଣ ନେଇ କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଅର୍ଡରଠାରୁ ବହୁତ କମ ଟିକା ମିଳିବାରୁ ବିଶ୍ବସ୍ତରୀୟ ଟେଣ୍ଡର ଡକାଇଥିଲୁ। ତେବେ ପ୍ରି-ବିଡିଂ ମିଟିଂକୁ ଆସିନଥିଲେ ସେରମ ଓ ଭାରତ ବାୟୋଟେକ।

– ନିୟମରେ କୋହଳ କରାଯାଇଥିଲେ ବି ବିଡିଂରେ ଉନ୍ନତି ଘଟିନଥିଲା। ଟିକା କମ୍ପାନୀମାନେ ସିଧାସଳଖ ଭାରତ ସରକାରଙ୍କ ସହ ଡିଲ ଚାହୁଁଛନ୍ତି।

– ମଡର୍ଣ୍ଣା ଓ ଫାଇଜର ଭଳି କମ୍ପାନୀ ଭାରତ ସରକାରଙ୍କ ଅନୁମତି ଅପେକ୍ଷାରେ ଅଛନ୍ତି। ଟିକା କ୍ରୟ ରାଜ୍ୟ ଅପେକ୍ଷା କେନ୍ଦ୍ର ସ୍ତରରେ ହେଲେ ଭଲ ହୁଅନ୍ତା। ମାମଲାର ଗୁରୁତ୍ବ ଦେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରେଧ।

– ଟିକା ବଣ୍ଟନ ନୀତି କୋହଳ କରିବାକୁ ଦାବି। ସ୍ଥାନୀୟ ଆବଶ୍ୟକତାକୁ ଦେଖି ଟିକା ଦେବାକୁ କ୍ଷମତା ଦିଆଯାଉ। ଇଣ୍ଟରନେଟ ନ ଥିବା ଅଞ୍ଚଳରେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ।

– ଯୁକ୍ତ ୨ ପିଲା ଓ ତାଙ୍କ ପରିବାରକୁ ଟିକା ଦେବାକୁ ସରକାରଙ୍କ ଲକ୍ଷ୍ୟ। ଅଗ୍ରାଧିକାର ଭିତ୍ତିରେ ଟିକା ଦେବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

– କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟିକା ସମ୍ପର୍କରେ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଟିକା ପଞ୍ଜୀକରଣ ନିୟମ କୋହଳ କରିବା ନେଇ ଚିଠିରେ ଉଲ୍ଲେଖ କଲେ। ଟିକାକରଣ ନେଇ ରାଜ୍ୟ ସରକାରଙ୍କୁ ଅଧିକ କ୍ଷମତା ଦିଆଯାଉ।

– ସରକାର ଯୁକ୍ତ ଦୁଇ ପିଲା ଓ ସେମାନଙ୍କ ପରିବାରକୁ ଟିକାକରଣ କରିବାକୁ ଚାହୁଁଛନ୍ତି। ଘଟଣାର ଗୁରୁତ୍ବ ଉପଲବ୍ଧ କରି ହସ୍ତକ୍ଷେପ ପାଇଁ ଦାବି

– କରୋନା ଅପଡେଟ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା- ଦେଶରେ ସଂକ୍ରମଣ ହାର ଉଲ୍ଲେଖନୀୟ ଭାବେ କମୁଛି।

– ପ୍ରଦୂଷଣ ଓ ପରିବେଶ ଉପରେ ପର୍ୟ୍ୟବସିତ ପ୍ରଥମ ମ୍ୟୁଜିକ ଭିଡିଓ ‘ପୃଥିବୀ ମନ୍ଥନ’

– କୋଭିସିଲ୍ଡ ଟିକା ନେବା ପରେ ସୃଷ୍ଟି ହେଉନି ଆଣ୍ଟିବଡି ; ଥାନାରେ କମ୍ପାନୀ ନାମରେ ଅଭିଯୋଗ କଲେ ବ୍ୟକ୍ତି

– ରେଟିନା ଏବଂ ଏହାର ସ୍ନାୟୁକୁ କ୍ଷତି ପହଞ୍ଚାଉଛି କୋଭିଡ

– କରୋନାରେ ମାବାପାଙ୍କୁ ହରାଇଛନ୍ତି ୯୩୦୦ ଶିଶୁ; ସୁପ୍ରିମକୋର୍ଟରେ ଏନସିପିସିଆର ଦାଖଲ କଲା ସତ୍ୟପାଠ

– ଚୀନରୁ ଆସୁଛି ଆଉ ଏକ ବିପଦ: ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ, ବିଶ୍ଵରେ ପ୍ରଥମ ମାମଲା

– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଅସୁସ୍ଥ ; ହସ୍ପିଟାଲରେ ଭର୍ତ୍ତି

– ଗୋଟିଏ ପାନ ଟିକା ଯଥେଷ୍ଟ ପ୍ରଭାବଶାଳୀ କି ? ଗବେଷଣା କରିବେ ସରକାର

– ରାଜ୍ୟସଭାକୁ ମନୋନୀତ ହେଲେ ବରିଷ୍ଠ ଓକିଲ ମହେଶ ଜେଥମାଲାନି

– ଆମଦାନୀ ହୋଇପାରିବନି ୧୦୮ ସାମରିକ ଉପକରଣ; ପ୍ରକାଶ ପାଇଲା ତାଲିକା

– ଦେଶରେ ହ୍ରାସ ପାଇଲା କରୋନା ମୃତକଙ୍କ ସଂଖ୍ୟା ; ନୂଆ ଆଉ ସଂକ୍ରମିତ ଟପିଲା ୧.୨୭ ଲକ୍ଷ

– କର୍ମଚାରୀ ଭବିଷ୍ୟନିଧି ସଂଗଠନରୁ କୋଭିଡର ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇହେବ

– ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ

– ଅର୍ଥନୀତି ଉପରେ କୋଭିଡର ସାଂଘାତିକ ପ୍ରହାର; ଅଭିବୃଦ୍ଧି ବିଯୁକ୍ତ ୭.୩%

– ଭାରତରେ ଠାବ କୋଭିଡ ଭାରିଆଣ୍ଟ ‘ଡେଲଟା’; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନାମକରଣ

– ଆମେରିକା ବିଶେଷଜ୍ଞଙ୍କ ଚେତାବନୀ, ଆସିପାରେ ‘କୋଭିଡ-୨୬, ୩୨’ ଭଳି ମହାମାରୀ

– ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

– ବିଶିଷ୍ଟ ଇଂରାଜୀ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କରୋନା ସଂକ୍ରମିତ ; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

– ଗୁଗୁଲ ମାନଚିତ୍ରରେ ଗୁରୁତର ତ୍ରୁଟି, ଓଡ଼ିଶାର ପର୍ଯ୍ୟଟନସ୍ଥଳ ଆନ୍ଧ୍ରରେ

– ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

– କରୋନାରେ ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Comments are closed.