ରାତି ୧୦ଟା – ମୁଖ୍ୟ ଖବର

– କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୨୫ ଲକ୍ଷ ଟିକା ଓ ୩ ହଜାର ଅମ୍ଳଜାନ ସିଲିଣ୍ଡର ଦାବି କଲେ ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀ
– ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଦେଢ଼ ଲକ୍ଷ ଅକ୍ସିକେୟାର୍‍ ବ୍ୟବସ୍ଥା କିଣିବା ପାଇଁ ପି.ଏମ୍‍. କେୟାର୍ସ ପାଣ୍ଠିରୁ ୩୨୨ କୋଟି ଟଙ୍କା ମଂଜୁର
– ରାଜ୍ୟରେ ଆଜି ସୁସ୍ଥ ହେଲେ ୮୫୪୭ କରୋନା ଅକ୍ରାନ୍ତ, ଆରୋଗ୍ୟ ସଂଖ୍ୟା ୪ ଲକ୍ଷ ୭୩ ହଜାର ୬୮୦କୁ ବୃଦ୍ଧି
– ଗଣମାଧ୍ୟମରେ ପ୍ରକାଶିତ ବି.୧.୬୧୭ ଭାରିଆଣ୍ଟ ଏଭାରତୀୟ ଭାରିଆଣ୍ଟ ହୋଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା
– ରାଜ୍ୟରେ କୋଭିଡ୍-୧୯ର ସଠିକ୍ ମୁକାବିଲା କରିବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଦିଲ୍ଲୀକୁ ଆବଶ୍ୟକ ଟିକା ଯୋଗାଇବାକୁ ଭାରତ ବାୟୋଟେକ ମନା କରିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଅଭିଯୋଗ କରିଛନ୍ତି
– ୧୯୯୭ ବ୍ୟାଚ ଆଇଏଏସ ସଂଜୟ କୁମାର ସିଂହ ହେଲେ ଭୁବନେଶ୍ୱର ମହାନଗର ନିଗମର ନୂତନ କମିସନର

Comments are closed.