ରାତି ୧୦ଟା – ମୁଖ୍ୟ ଖବର

– ସମ୍ଭାବ୍ୟ ବାତ୍ୟା ୟସ ପାଇଁ ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କଲା ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ
– ବାତ୍ୟା ପରବର୍ତ୍ତୀ ପୁନଃ ଥଇଥାନ ନିମନ୍ତେ ଜଳସେଚନ ଓ ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ
– କୋଭିଡ କେୟାର ସେଣ୍ଟର ଓ ହସ୍ପିଟାଲଗୁଡିକୁ ନିରନ୍ତର ବିଦ୍ୟୁତ ଯୋଗାଇ ଦେବା ନିମନ୍ତେ ଷ୍ଟାଣ୍ଡ ବାଇ ବା ବିକଳ୍ପ ଶକ୍ତି ଯୋଗାଣ କରାଯାଇଥିବା ସୂଚନା
– ବାତ୍ୟା ୟସ’ରେ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବା ବାଲେଶ୍ୱର ଜିଲ୍ଲାର କଚା ଓ ଆଜବେଷ୍ଟସ ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି, ତଳି ଅଂଚଳ କୋଠାଘରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯିବ
– କଟକ ମୁଣ୍ଡୁଳିଠାରେ ଥିବା ଏନଡିଆରଏଫର ତୃତୀୟ ବାଟାଲିୟନରୁ ବାଲେଶ୍ୱରକୁ ୭ଟି, ଭଦ୍ରକକୁ ୪ଟି, କେନ୍ଦ୍ରପଡ଼ାକୁ ୩ଟି, ଯାଜପୁରକୁ ୨ଟି, ଜଗତ୍ସିଂହପୁର, ମୟୁରଭଞ୍ଜ ଓ ଗଞ୍ଜାମକୁ ଗୋଟିଏ ଲେଖାଏଁ ଟିମ୍ ପଠାଯାଇଛି
– ଆସନ୍ତା ୨୬ରେ ହେବ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ, ଏକକାଳୀନ ସୁପରମୁନ୍, ଲାଲଜହ୍ନ ଓ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ
– ଦେଶରେ ଆଜିସୁଦ୍ଧା କରୋନା ପ୍ରତିଷେଧକ ଟୀକା ନେଇଛନ୍ତି ୧୯ କୋଟି ୧୮ ଲକ୍ଷ ୭୦ ହଜାର ୩୦୮, ଆଜି ଗୋଟିଏ ଦିନରେ ୮ ଲକ୍ଷ ୮୫ ହଜାର ୨୮୫ ଜଣଙ୍କୁ ଟୀକା ଦିଆଯାଇଛି
– ଦେଶରେ ଆଜି ସୁଦ୍ଧା ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୨ କୋଟି ୬୧ ଲକ୍ଷ ୫୭ ହଜାର ୨୨୯, ୪୫ରୁ ୬୦ ମଧ୍ୟରେ ୬ କୋଟି ଶତଷଠି ଲକ୍ଷ ୯୫ ହଜାର ୭୮ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ ବର୍ଗରେ ୫ କୋଟି ୭୧ ଲକ୍ଷ ୮୬ ହଜାର ୯୧୭ ଜଣ ଟୀକା ନେଇଛନ୍ତି
– ଓଡ଼ିଶାରେ ଆଜି ସୁଦ୍ଧା ୭୧ ଲକ୍ଷ ୧୬ ହଜାର ୮୭୬ ଜଣଙ୍କୁ ଟୀକାକରଣ କରାଯାଇଥିବା ବେଳେ ଆଜି ଗୋଟିଏ ଦିନରେ ୧୩ ହଜାର ୩୭୪ ଜଣ ଟୀକା ନେଇଛନ୍ତି
– ଦେଶରେ ଆଜି ସୁଦ୍ଧା ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୭ ଲକ୍ଷ ୬୩ ହଜାର ୫୫୧, ୪୫ରୁ ୬୦ ମଧ୍ୟରେ ୨୫ ଲକ୍ଷ ୭ ହଜାର ୪୮୯ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ ବର୍ଗରେ ୨୪ ଲକ୍ଷ ୩ ହଜାର ୬୪୧ ଜଣ ଟୀକା ନେଇଛନ୍ତି
– ରାଜ୍ୟରେ ଆଜି ୧୨ ହଜାର ୮୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨୮ ମୃତ ଓ ୧୧ ହଜାର ୬୨୭ ସୁସ୍ଥ
– ଦେଶରେ ଗୋଟିଏ ଦିନରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ ହଜାର ୭୪୨ ମୃତ ଓ ୩ ଲକ୍ଷ ୫୫ ହଜାର ୧୦୨ ଜଣ ସୁସ୍ଥ ହୋଇଛନ୍ତି
– ରାଜ୍ୟର ୫ ମହାନଗର ନିଗମ, ୪୮ଟି ମୁନିସପାଲଟି ଓ ୬୧ ଟିଏନ୍ଏସିକୁ ବୁଲା ଗାଈଗୋରୁ ଏବଂ କୁକୁର ଆଦିଙ୍କ ଖାଦ୍ୟ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବରୁ ଦିଆଯାଇଥିଲା ୬୦ ଲକ୍ଷ ଟଙ୍କା
– ବଲାଙ୍ଗିର ସଇଁତଳାରେ ଗୁଳିମାଡ଼ ଯୋଗୁ ଫରେଷ୍ଟର ମୃତ୍ୟୁ ଘଟଣାରେ ଗୁଳିକାଣ୍ଡ ଘଟାଇଥିବା ୨ ଶିକାରୀ ଗିରଫ, ବନ୍ଧୁକ ଜବତ
– ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ, ୯୪୧ ସୁସ୍ଥ
– ରାଜ୍ୟରେ ଆସନ୍ତା ୨୦ ଦିନ ପାଇଁ ସମସ୍ତ ନିତ୍ୟବ୍ୟବହାର୍ୟ୍ୟ ଦ୍ରବ୍ୟ ମହଜୁଦ, ଥିବା କହିଛି ବ୍ୟବସାୟୀ ମହାସଂଘ
– ପାରାଦ୍ଵୀପ ଗଡ଼ ଶିଳ୍ପାଞ୍ଚଳରେ ଥିବା ଲକ୍ଷ୍ମୀନାରାୟଣ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରୁ ଆମୋନିଆ ଗ୍ୟାସ ଲିକ୍, ୩ ମହିଳା ଗୁରୁତର
– ରାଜ୍ୟର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍, ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର
– ବାତ୍ୟା ‘ୟସ’ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ, ଘଣ୍ଟାପ୍ରତି ପବନର ବେଗ୧୫୫ ରୁ ୧୬୫ କିଲୋମିଟର ଓ ସ୍ଥଳବିଶେଷରେ ଏହାର ବେଗ ୧୮୫ କିଲୋମିଟରକୁ ବୃଦ୍ଧି ପାଇବ
– ବାତ୍ୟା ସ୍ଥଳଭାଗ ଛୁଇଁବାର ୬ ଘଣ୍ଟା ପୂର୍ବରୁ ଓ ୬ ଘଣ୍ଟା ମଧ୍ୟରେ ଅଧିକ କ୍ଷୟକ୍ଷତି ସମ୍ଭାବନା
– ବାତ୍ୟା ୟସ ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକୁ ବିପର୍ଯ୍ୟୟ ପାଣ୍ଠିରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
– ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ୨୨ଟି ଏନଡ଼ିଆରଏଫ, ୬୬ଟି ଓଡ୍ରାଫ ଓ ୧୭୭ଟି ଅଗ୍ନିଶମ ଦଳକୁ ସଜାଗ ରଖାଯାଇଛି

Comments are closed.